ଗଞ୍ଜାମ ଜିଲ୍ଲା କୁ ମରୁଡି ଘୋଷଣା କରିବା ନିମନ୍ତେ ଋଷିକୂଲ୍ୟା ରୟତ ମହାସଭା ର ଦାବୀ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା କୁ ମରୁଡି ଘୋଷଣା କରି ସହାୟତା ଦେବା ସମେତ ୧୨ଦଫା ଦାବୀ ନେଇ ରୁଷିକୁଲ୍ୟ ରୟତ ମହାସଭା ଏବଂ ଜିଲ୍ଲାର ବହୁ ଚାଷୀ ମାନେ ଆନ୍ଦୋଳନ କୁ ଓଲ୍ହାଇଛନ୍ତି, ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ମାନେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି, ଏହା ସହିତ ଜିଲ୍ଲାରେ ଜଳ ସେଚନ ବ୍ୟବସ୍ଥା ଠିକ ନଥିବା ରୁ ଚାଷୀ ସେମାନଙ୍କ ଫସଲ କରିବା ରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି, ଏନେଇ ଆଜି ଚାଷୀ ମାନେ ହାତରେ ଧାନ ଗଛ ଧରି ଆନ୍ଦୋଳନ କୁ ଓଲ୍ହାଛନ୍ତି, ଜିଲ୍ଲାର ଶତାଧିକ ଚାଷୀ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଓଡିଶା ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ )ଦେବବ୍ରତ ସାହୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି, ଚଳିତ ବର୍ଷ ବର୍ଷା ଅଭାବ ରୁ ଅଧିକାଂଶ ବ୍ଲକ ରେ ମରୁଡି ହୋଇଛି, ଏଣୁ ମରୁଡି କ୍ଷତିଗ୍ରସ୍ତ ଅଂଚଳ କୁ ଚିନ୍ହଟ କରି ମରୁଡି ଘୋଷଣା କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ଦେଇ କୃଷି ଋଣ ଛାଡ଼ ଓ ବିଦ୍ୟୁତ କର ଛାଡ଼ କରିବା ସମେତ ଚାଷୀଙ୍କ ହିତ ନିମନ୍ତେ ବିଭିନ୍ନ ଦାବୀ ଉପରେ ଉକ୍ତ ଦାବୀ ପତ୍ର ରେ ଉଲ୍ଲେଖ କରାଯାଇଛି, ଏହି ଦାବୀ ପତ୍ର ପ୍ରଦାନ ବେଳେ ରୁଷିକୂଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ, ବରିଷ୍ଠ ସମାଜସେବୀ ଭାଗିରଥି ବେହେରା,କଂଗ୍ରେସ ନେତା କାଳିଆ ରାଉଳ,ଚିକଲଖଣ୍ଡି ସରପଞ୍ଚ ଭଗବାନ ବେହେରା, ଧୋବା ରାଉଳ, ଶରତ ପଟ୍ଟନାୟକ,କବିରାଜ ଗୌଡ଼,ପଦ୍ମନାଭ ମୁଦୁଲି,ଧର୍ମୁ ମୁଦୁଲି,ହରିକୃଷ୍ଣ ରାଉଳ,ଗଣପତି ପଢିଆରୀ ଙ୍କ ସମେତ ଦୁଇ ଶହ ରୁ ଅଧିକା ଚାଷୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ