ପାରଳା ଶ୍ରୀନୃସିଂହ ନାଥ ମନ୍ଦିରରେ ଶ୍ରୀ ରାଧାଙ୍କ ପାଦ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଆଜି ପବିତ୍ର ଅଳା ନବମୀ ଅଟେ. ଏହି ତିଥିରେ ଶ୍ରୀ ରାଧାଙ୍କ ପାଦ ଦର୍ଶନ ମୁଖ୍ୟ ଅଟେ. ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର କରଣ ସାହିରେ ଥିବା ଶ୍ରୀନୃସିଂହ ନାଥ ମନ୍ଦିରରେ ଶ୍ରୀ ରାଧାଙ୍କ ପାଦ ଦର୍ଶନ ପାଇଁ ଆଜି ସକାଳୁ ସକାଳୁ ଭକ୍ତଙ୍କ ବେଶ ଭିଡ଼ ଜମି ଥିବା ଦେଖା ଦେଇଛି. ଭକ୍ତମାନେ ଅତ୍ୟନ୍ତ ଭକ୍ତିପୂତ ଭାବେ ପୂଜା ପାଠ କରୁଥିବା ମଧ୍ୟ ଦେଖା ଯାଇଥିଲା.