ନନ୍ଦିପଦା ପୁଲିସ ପକ୍ଷରୁ ଚଢ଼ାଉ, ୭ଟି ବାଲି ବୋଝେଇ ହାଇୱା ଜବଦ
ହାଟଡ଼ିହି, (ବିକାଶ ବିଶ୍ୱାଳ ) : ହାଟଡ଼ିହି ବ୍ଲକର ବିଭିନ୍ନ ବାଲି ଘାଟରୁ ବେ ଆଇନ ଭାବେ ବାଲି ଚାଲାଣ କରାଯାଉଛି। ଏବେ ବୈତରଣୀ ନଦୀର ବିଭିନ୍ନ ବାଲି ସୈରାତ ଗୁଡ଼ିକ ରୁ ବାଲି ଉତ୍ତୋଳନ କରାଯାଉଥିବା ବେଳେ ନିୟମାନୁଯାଇ ପରିବହନ କରାଯାଉନି। ଭରିଯାନ ରେ ବାଲି ପରିବହନ ନିଷେଧ ଥିବା ସ୍ଥଳେ ପ୍ରତିଦିନ ଶହ ଶହ ହାଇୱା ରେ ବାଲି ପରିବହନ ହେଉଛି। ଗତକାଲି ରାତିରେ ନନ୍ଦିପଦା ପୁଲିସ ୫୩ନଂ ରାଜ୍ୟ ରାଜପଥ ର ଛେନାପଦି ଛକ ଠାରୁ ମରେଇ ଗାଁ ମଧ୍ୟରେ ଚଢ଼ାଉ କରି ୭ଟି ବାଲି ବୋଝେଇ ହାଇୱା ଗାଡିକୁ ଜବଦ କରି ମାମଲା ରୁଜୁ କରିଛି। ସମସ୍ତ ଗାଡି ଗୁଡିକ ଓଭର ଲୋଡିଙ୍ଗ ଥିବା ଦେଖିବାକୁ ମିଳିଛି। ଏପରିକି ଗାଡ଼ିଗୁଡିକ ଜବଦ ସମୟରେ କୌଣସି ଗାଡି ଆବଶ୍ୟକ କାଗଜପତ୍ର ଦେଖାଇ ପାରିନଥିଲେ। ଗାଡି ଛାଡ଼ିଦେଇ ଡ୍ରାଇଭର ମାନେ ଫେରାର ହୋଇଯାଇଥିଲେ। ଏହାକୁ ନେଇ ବାଲି ମାଫିଆ ଙ୍କ ମଧ୍ୟରେ ଛନକା ପସିଛି।