କଇଥଗଡ଼ିଆ ଗ୍ରାମ ପୋଖରୀରେ ବୁଡି ଯୁବକ ମୃତ
ହାଟଡ଼ିହି, (ବିକାଶ ବିଶ୍ୱାଳ ) : ହାଟଡ଼ିହି ବ୍ଲକ କଳି ଗାଁ ପଞ୍ଚାୟତ କଇଥଗଡ଼ିଆ ଗ୍ରାମ ପୋଖରୀରେ ବୁଡି ଯୁବକ ମୃତ୍ୟୁ ବରଣ କରିଛନ୍ତି। ଗ୍ରାମର ରତ୍ନାକର ପାତ୍ରଙ୍କ ପୁଅ କୁଶ ପାତ୍ର ଆଜି ସକାଳେ ଶୌଚ ହେବାକୁ ଗାଁ ପୋଖରୀକୁ ଯାଇଥିଲେ। ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜା ଖୋଜି କରିବାରେ ସେ ପୋଖରୀରେ ବୁଡ଼ି ଯାଇଥିବା ଜାଣିବା ପରେ ତାଙ୍କୁ ପୋଖରୀରୁ ଉଦ୍ଧାର କରାଯାଇ ଶାଳଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କ ମୃତଦେହ କୁ ଅଣାଯାଇ ଗାଁ ରେ ସତ୍କାର କରାଯାଇଛି।