ଗୋରୁ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣା,ଗୋଟିଏ ବଳଦ ସହିତ ଜଣେ ମୃତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ପୁଣି ବଳଦ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣା,ଗୋଟିଏ ବଳଦ ସହିତ ଜଣେ ମୃତ ଘଟଣା ସ୍ଥଳରେ ଚାପା ଉତେଜନା । ଠାକୁରମୁଣ୍ଡା ଠାରୁ ୩ କିମି ଦୂର ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତା ର ଜୁଆଳିକଟା ଛକ ନିକଟରେ ଆଜି ସକାଳୁ ସକାଳୁ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ବେଆଇନ ଭାବରେ ବଳଦ ବୋଝେଇ କରି ନେଉଥିବା ଏକ ପିକଅଫ ଭ୍ୟାନ ଓଲଟି ପିକଅଫ ଭ୍ୟାନର ହେଲପର ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହଇଥିବା ବେଳେ ଗୋଟିଏ ବଳଦ ର ମଧ୍ୟ ମୃତ୍ୟୁ ହୋଇଛି ।ଦୁର୍ଘଟଣା ପରେ ଘଟଣାସ୍ଥଳ ରୁ ଭ୍ୟାନର ଡ୍ରାଇଭର ଫେରାର ହୋଈ ଯାଇଥିବା ବେଳେ କେତେକ ବଳଦ ଆହତ ହୋଉଥିବାର ଜଣା ଯାଇଛି।ସୂଚନା ଅନୁଯାୟୀ ଠାକୁରମୁଣ୍ଡା ପଟୁ ଏକ ପିକଅଫ ଭ୍ୟାନ ନମ୍ବର ଓଡ଼ି ୧୧ ଏଏ ୩୯୮୮ ଯୋଗେ ପ୍ରାୟ ୧୨/୧୩ ଟି ବଳଦ ବୋଝେଇ ହୋଈ କରଞ୍ଜିଆ ଆଡକୁ ଯାଉଥିବା ସମୟରେ ସକାଳ ପ୍ରାୟ ସକାଳ ୮ ସମୟରେ ଠାକୁରମୁଣ୍ଡା ବଜାର ଦେଇ କରଂଜିଆ ରାସ୍ତାରେ ବଳଦ ବୋଝେଇ କରି ଯାଉଥିଲା। ରାଇରଙ୍ଗପୁର ରେ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଶରତ ଥାନା ପୋଲିସ ର କିଛି କର୍ମଚାରୀ ସେହିରାସ୍ତାରେ ଯାଉଥିଲେ। ବଳଦ ବୋଝେଇ ପିକଅପ ପୋଲିସ କୁ ଦେଖି ଛାନିଆଁ ରେ ସ୍ପିଡ଼ ରେ ଗାଡି ଚଳାଇ ଜୁଆଳି ଛକରୁ ନିପାଣିଆ ରାସ୍ତାରେ ଚାଲି ଯିବାକୁ ଚେଷ୍ଟା କରି ଏକ ରାସ୍ତାରେ ପୋତା ଯାଇଥିବା ପିଲର ଖୁଣ୍ଟି ଧକ୍ମା ଦେଇ ଓଲଟି ପଡିଥିଲା।ଖବର ପାଇ ଘଟଣାସ୍ଥଳ ରେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ହେଲପର ଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।ମୃତ ହେଲପର ଜଣକ ଙ୍କ ହେଉଛନ୍ତି କେନ୍ଦୁଝର ଜଲ୍ଲା ଆନନ୍ଦପୁର ବଳିପୋଷି ଗ୍ରାମ ର ହାବୁଲି ନାଏକ ବୋଲି ଜଣାପଡିଛି। ଦୁର୍ଘଟଣା ରେ ଆହତ ବଳଦ ଙ୍କ ଚିକିତ୍ସା ପାଇଁ ଘଟଣାସ୍ଥଳ କୁ ପ୍ରାଣୀ ଚିକିତ୍ସାଳୟର ଆମ୍ବୁଲାନ୍ସ ଯାଇ ଚିକିତ୍ସା କରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଠାକୁରମୁଣ୍ଡା ଥାନା ପୋଲିସ ଘଟଣା ସ୍ଥଳ ପହଞ୍ଚି ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି, ଗତ ୧୫ଦିନ ମଧ୍ୟରେ ଏହା ଚତୁର୍ଥ ଘଟଣା ।ତେବେ ଗୋ ମାଫିଆ ମାନେ ବର୍ତ୍ତମାନ ୪୯ ନମ୍ବର ଜାତୀୟ ରାଜପଥ ଏବଂ କରଞ୍ଜିଆ – ଠାକୁରମୁଣ୍ଡା ୫୩ ନଂ ରାସ୍ତାରେ ଚୋରା ଗୋ ଚାଲାଣ ହେଉଥିଲେ ମଧ୍ୟ ପୋଲିସ ର ହାତ ଖାଲି ରହୁଛି ।ଏହାକୁ ନେଇ ସାଧାରଣ ରେ ପୋଲିସ ର କାର୍ଯ୍ୟଶୈଳୀ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି