ଆଦିବାସୀ ଜମି ବିକ୍ରୀ ଓ ପ୍ରତିବନ୍ଧକ ନିୟମ ବଦଳ ପ୍ରତିବାଦ ରେ ଆଦିବାସୀ ଉପଦେଷ୍ଟା କମିଟି ସଦସ୍ୟ ଙ୍କ କୁଶ ପୁତ୍ତଳିକା ଦାହ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ରାଜ୍ୟ ସରକାରଙ୍କ ପକ୍ଷରୁ ରେଗୁଲେସନ ୨/୧୯୫୬ ଆଇନ କୁ ସଂଶୋଧନ କରାଯାଇ ଆଦିବାସୀ ଙ୍କ ଜମି ହସ୍ତାନ୍ତର ହୋଈ ପରିବା ନେଇ ଆଣିଥିବା ଆଇନ କୁ ଆଦିବାସୀ ମିଳିତ ମଞ୍ଚ ପକ୍ଷରୁ ବିରୋଧ କରାଯାଇଛି।ଏ ନେଇ ରବିବାର ଦିନ ଠାକୁରମୁଣ୍ଡା ଠାରେ ବିରୋଧ ପଦର୍ଶନ କରାଯାଇ ରାଜ୍ୟ ଆଦିବାସୀ ଉପଦେଷ୍ଟା କମିଟି ର ସଦସ୍ୟ ମାନଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।ଆଦିବାସୀ ମିଳିତ ମଞ୍ଚ ପକ୍ଷରୁ ଗଣେଶ ଗାଗରାଇ,ଶୁକଲାଲ ପଳେୟା,ରସାନନ୍ଦ ହାଁସଦା,ରମାକାନ୍ତ ହେମ୍ବ୍ରମ,ଗୋବିନ୍ଦ ବାନ୍ଦିଆ,ବିକ୍ରମ ମାରାଣ୍ଡି ,ଗୋବିନ୍ଦ ବନାରା ପ୍ରମୁଖଙ୍କ ନେତୃତ୍ୱରେ ଆଦିବାସୀ ମିଳିତ ମଞ୍ଚ ର କର୍ମକର୍ତ୍ତା ମାନେ ଜୁଆଳିକଟା ନିକଟ ଏକ ପଡିଆ ରେ ଏକତ୍ରିତ ହୋଇ ଏହି ନିୟମ କୁ ବିରୋଧ କରିଥିଲେ।ମଞ୍ଚ ର କର୍ମକର୍ତ୍ତା ମାନେ ଉପଦେଷ୍ଟା କମିଟି ର ସଦସ୍ୟ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଦିବାସୀ ଓ ହରିଜନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା,ରାଜସ୍ୱ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ମହିଳା ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, କେନ୍ଦୁଝର ଲୋକ ସଭା ସାଂସଦ ଚନ୍ଦ୍ରାଣୀ ମୁର୍ମୁ,ବିଧାୟକ ଭାସ୍କର ମଢେଇ,ଜଗନ୍ନାଥ ନାଏକ ସମେତ ଟି ଏ ସି କମିଟି ର ସଦସ୍ୟ ମାନଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।ଆଗାମୀ ଦିନରେ ଏହି ଆଇନ ପ୍ରତ୍ୟାହାର ନହେଲେ ଆଗାମୀ ଦିନରରେ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ଆଦିବାସୀ ମିଳିତ ମଞ୍ଚ କହିଛି।