ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ

ବୁଗୁଡା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ନଭେମ୍ବର ୨୧ ତାରିଖ ଦିନ ଶୁଭାରମ୍ଭ ହୋଇଯାଇଛି। କଲେଜର ପ୍ରିନ୍ସପାଲ ଡକ୍ଟର ବିବେକାନନ୍ଦ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନୋଡାଲ ଅଫିସର ଅଧ୍ୟାପକ ଅମୀୟ କୁମାର ସ୍ୱାଇଁ, କ୍ରୀଡା କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ଡକ୍ଟର ଏ.ଜିତେଶ ରାଓ ଦୋରା, ସାମାଜିକ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ମିନତୀ ଆଚାରୀ, ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ଗୋପୀନାଥ ମହାନ୍ତି, ସହ ସଂଯୋଜକ ଓ ସଂଯୋଜିକା ଅଧ୍ୟାପକ ପ୍ରେମାନନ୍ଦ ପ୍ରଧାନ, ଅଧ୍ୟାପିକା ଭକ୍ତଲତା ମହାପାତ୍ର, ଓ ଅଧ୍ୟାପିକା ସଲୀଳା ନାୟକ ପ୍ରମୁଖ ଯୋଗଦେଇଥିଲେ। ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ଯୁବଗୋଷ୍ଠୀଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କୁ ସମାଜରେ ପ୍ରତିଷ୍ଠିତ କରିପାରିବ। ଏହି କାର୍ଯ୍ୟକ୍ରମରେ କ୍ରୀଡା ଶିକ୍ଷକ ଭଞ୍ଜକିଶୋର ଗୌଡ଼, ଏନ.ମୁଦୁରାଜୁ ଦୋରା, ସୀମାଞ୍ଚଳ ଗୌଡ଼, ନବଘନ ପ୍ରଧାନ, ନାରାୟଣ ବୁଡୁ, ପ୍ରଦେଶ କୁମାର ସ୍ୱାଇଁ, ଆଶୀଷ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ। ପ୍ରଥମ ଦିବସରେ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ