କରଞ୍ଜିଆ ଏକଲ ଅଭିଯାନ ପକ୍ଷରୁ ଜିଲ୍ଲସ୍ତରୀୟ କ୍ରୀଡ଼ାପ୍ରତିଯୋଗିତା ଅନୁଷ୍ଠିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବାମନାଶାଳ ସରୁବାଲି ଖେଳ ପଡିଆ ରେ ଜିଲ୍ଲସ୍ତରୀୟ କ୍ରୀଡ଼ାପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ର ସଭାପତିତ୍ୱ ସୁଶ୍ରୀ ସସ୍ମିତା ଦାସଅଧିକାରୀ କରିଥିବାବେଳେ ମୁଖ୍ୟଅତିଥି ରୂପେ ରାଇରଙ୍ଗପୁର ଅଞ୍ଚଳ ସଭାପତି ରେଖା ଅଗ୍ରୱାଲ ସମ୍ମାନିତ ଅତିଥିରୂପେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ କାବୁଲୁ ଚନ୍ଦ୍ର ରାଉଳ,ସାମ୍ବାଦିକ ସଞ୍ଜୟ ଅଗ୍ରୱାଲ, ପ୍ରାଣୀ ଚିକିତ୍ସାଧିକାରୀ ମିତ୍ରଭାନୁ ତନ୍ତୀ, ହେମନ୍ତ କୁମାର ମହାନ୍ତ,ଭାଗ ଅଭିଯାନ ପ୍ରମୁଖ ଅରୁଣଦୟ ପ୍ରଧାନ,ସ୍ଵପ୍ନେଶ୍ଵର ନାୟକ, ଦୁର୍ଯ୍ୟୋଧନ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ।ରାଇରଙ୍ଗପୁର ଅଞ୍ଚଳ ର ୧୧ ଟି ବ୍ଲକ ରୁ ୧୬୫ ଜଣ କ୍ରୀଡ଼ାପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ।କ୍ରୀଡା କ୍ଷେତ୍ରରେ ୧୦୦,୨୦୦,୦୦ ଲମ୍ବଡିଆଁ, ଉଚ୍ଚଡିଆଁ, କବାଡି ପ୍ରତିଯୋଗୀତା ହୋଇଥିଲା।ଏହି ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା କୁ ରାଇରଙ୍ଗପୁର ଅଞ୍ଚଳ ଅଭିଯାନ ପ୍ରମୁଖ ଈଶ୍ୱର ଚନ୍ଦ୍ର କିସ୍କୁ, ସୁବାସ ଚନ୍ଦ୍ର ସିଂ ପରିଚାଳନା କରିଥିଲେ।ଏହି କ୍ରୀଡା ପ୍ରତିଯୋଗୀତା ରେ କୃତୀ ପ୍ରତିଯୋଗୀ ଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ କୁ ଏକଲ ଅଭିଯାନ ପ୍ରାଥମିକ ଶିକ୍ଷା ପ୍ରମୁଖ ବାସନ୍ତୀ ମାର୍ଣ୍ଡି, କାର୍ଯ୍ୟାଳୟ ପ୍ରମୁଖ ଅନିମା ହେମ୍ବ୍ରମ ଆଚାର୍ଯ୍ୟ ଭାଇ ଭଉଣୀ ମାନେ ସହଯୋଗ କରିଥିଲେ ।