ବିଜେପି ପକ୍ଷରୁ କରଞ୍ଜିଆ ବ୍ଳକ୍ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ରାଜ୍ୟ ବିଜେପି ପକ୍ଷରୁ ବିଭିନ୍ନ ବ୍ଳକ୍ ଘେରାଉ କାର୍ଯ୍ୟକ୍ରମ ଜାରିରହିଛି। ଏହି ପରିପ୍ରେକ୍ଷିରେ ଆଜିକରଞ୍ଜିଆ ତାଟୋ ମଣ୍ଡଳ ସଭାପତି ସଞ୍ଜୀବ ପାଣିଗ୍ରାହୀ, ଗ୍ରାମୀଣ ମଣ୍ଡଳ ସଭାପତି ଦେବେନ୍ଦ୍ର ମହାନ୍ତ ଙ୍କ ନେତୃତ୍ୱ ରେ ଶହ ଶହ ଜନସାଧାରଣ ବହୁ ବିଜେପି ନେତା ଓ କର୍ମୀ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲେ। ସଙ୍ଗୀତ ମହାବିଦ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିବା ପରେ ବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଏହି ସଭା ରେ ବକ୍ତା ମାନେ ବର୍ତ୍ତମାନ ଚାଲିଥିବା ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ଠାରୁ ଆରମ୍ଭ କରି ପିସି କାରବାର ଚାଲିଥିବା ପ୍ରକାଶ କରିଥିଲେ। ଭତ୍ତା,ରାସନକାର୍ଡ ଠାରୁ ଆରମ୍ଭ କରି,ଶୌଚାଳୟ,ପକ୍କା ଘର ପାଇବା ପାଇଁ ବିନା ଲାଞ୍ଚରେ ଏଭଳି ସୁବିଧା ମିଳି ପାରୁନଥିବା ଅଭିଯୋଗ କରିଥିଲେ। ଅନେକ ଯୋଗ୍ୟ ହିତାଧିକାରୀ ଏଭଳି ସରକାରୀ ସୁବିଧା ପାଇବାରୁ ବଞ୍ଚିତ ରହିଥିବା ବେଳେ ମନଇଛା ତାକୁ ବଣ୍ଟନ କରାଯାଉଛି। ପଞ୍ଚାୟତ କାର୍ଯ୍ୟରେ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ କ୍ଷମତାକୁ ଏକ ପ୍ରକାର ହଡପ କରି ଦିଆଯାଇଥିବା ବେଳେ ସେମାନେ ରାଜରାସ୍ତାକୁ ଓହ୍ଳାଇଥିବା ବିଜେପି ନେତା ମାନେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି କୃପାସିନ୍ଧୁ ମହାନ୍ତ, କରଞ୍ଜିଆ ତାଟୋ ମଣ୍ଡଳ ସଭାପତି ସଞ୍ଜୀବ ପାଣିଗ୍ରାହୀ, ଗ୍ରାମୀଣ ମଣ୍ଡଳ ସଭାପତି ଦେବେନ୍ଦ୍ର ମହାନ୍ତ,ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ ମହାନ୍ତ, ଜିଲ୍ଲା କୃଷକ ମୋର୍ଚା ସଭାପତି ମଦନମୋହନ ମହାନ୍ତ, ପୂର୍ବତନ ବିଧାୟକ ପଦ୍ମଚରଣ ହାଇବ୍ରୁ,ଜିଲ୍ଲା ସମ୍ପାଦିକା ସୁନାମଣି ହୋ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତଥା ଆଦିବାସୀ ନେତା ଯୁଗୋଳ କିଶୋର ନାଏକ, ଯୁବନେତା ଜନାର୍ଦନ ବେହେରା, ଦିଲ୍ଲୀପ ମହାନ୍ତ, ପୁଷ୍ପାଞ୍ଜଳି ସିଧୁ, ବିପ୍ଳବ ସଂକ୍ଷୀଆଳ, ଝରଣା ପୃଷ୍ଟି,ଜ୍ୟୋସ୍ନା ରାଣୀ ମହାନ୍ତ, ଲକ୍ଷ୍ମୀକାନ୍ତ ରାମ,ଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ। ଶେଷରେ ବିଡିଓଙ୍କ ଅନୁପସ୍ଥିତି ରେ ଜିପିଓ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ