ଶିକ୍ଷକ ଙ୍କ ବଦଳି ପ୍ରତିବାଦରେ ଛାତ୍ର ଛାତ୍ରୀ ଙ୍କ ସ୍କୁଲ ଗେଟ ରେ ତାଲା ପକାଇ ଆନ୍ଦୋଳନ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ଶିକ୍ଷକଙ୍କ ବଳଦୀ ପ୍ରତିବାଦରେ ଛାତ୍ରଛାତ୍ରୀ ଗେଟରେ ତାଲା ପକାଇ ଆନ୍ଦୋଳନ କରୁଥିବା ଓ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ବିବାଦୀୟ ବୟାନ ଫଳରେ ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କ ମଧ୍ୟ ରେ ଉତ୍ତେଜନା ଦେଖିବାକୁ ମିଳିଛି, ଏପରି ଘଟଣା ସାମ୍ନାକୁ ଆସିଛି କରଞ୍ଜିଆ ବ୍ଲକ ର କୁରୁଳିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଶିକ୍ଷକ ବିଶ୍ୱଜିତ ପାତ୍ରଙ୍କ ଏହି ସ୍କୁଲରୁ ଅନ୍ୟତ୍ର ବଦଳି ପ୍ରତିବାଦରେ ସ୍କୁଲର ଛାତ୍ର ଛାତ୍ରୀ ସ୍କୁଲଗେଟରେ ତାଲା ପକାଇ ଆନ୍ଦୋଳନକୁ ଓଲ୍ହାଇ ଥିବା ଦେଖିବାକୁ ମିଳିଛି,ମଙ୍ଗଳବାର ଦିନ ୧୦ଘଟିକା ସମୟରୁ ଆନ୍ଦୋଳନ ରେ ବସିଥିବା ବେଳେ କରଞ୍ଜିଆ ପୋଲିସ ସଵ୍ ଇନ୍ସପେକ୍ଟର ଭଗବାନ ମହାରଣା, ସହକାରୀ ସବ୍ ଇନ୍ସପେକ୍ଟର ସାଲଖାନ ହେମ୍ବ୍ରମ ଛାତ୍ର ଛାତ୍ରୀ ଙ୍କୁ ବୁଝାସୁଝା କରୁଥିବା ବେଳେ ଦୀର୍ଘ ୨ ଘଣ୍ଟା ବିଳମ୍ବ ରେ ବ୍ଲକ ଶିକ୍ଷା ଅଧିକାରୀ ନିରଞ୍ଜନ ଦଳେଇ, ଏବିଇଓ ବିପିନ ବାରିକ, ସିଆରସିସି ସଙ୍କଳନ ସେଠୀ, ପହଞ୍ଚିବା ପରେ ସ୍କୁଲ ନିକଟରେ ପହ୍ଞ୍ଚିଥିଲେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ତାଙ୍କ ପ୍ରତିକ୍ରିୟା ନେବାରୁ ସେ ଖବର ପାଇ ନଥିଲେ ଏବେ ଖବରପାଇ ପୋଲିସ ସହିତ ପଞ୍ଚିଥିବା କହିଥିଲେ ଏବଂ ତୁରନ୍ତ ସ୍କୁଲ ର ପ୍ରଧାନଶିକ୍ଷୟିତ୍ରୀ ସୂର୍ଯ୍ୟମଣୀ ବେହେରା ଙ୍କୁ ନିଲମ୍ବନ କରିବେ ବୋଲି ଘୋଷଣା କରିଥିଲେ
ଯାହାକୁ ନେଇ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କ ଆକ୍ରୋଶ ବୃଦ୍ଧିପାଇଥିଲା ମାମଲା ସମାଧାନ ହେବା ପରିବର୍ତ୍ତେ ଜଟିଳ ହୋଇଯାଇଥିଲା ଛାତ୍ର ଛାତ୍ରୀ ଓ ଅଭିଭାବକ ବଦଳି ହୋଇଥିବା ଶିକ୍ଷକ ଙ୍କ ଏହି ସ୍କୁଲରେ ପୁନଃ ଅବସ୍ଥାନ ଜିଦରେ ଅଡିବସିଥିଲେ ଛାତ୍ରଛାତ୍ରୀ ନିଜ ଜିଦରେ ଅଟଳ ରହିବା ସହିତ ଶିକ୍ଷକ ବିଶ୍ୱଜିତ ପାତ୍ରଙ୍କୁ ପୁଣି ଫେରାଇ ନ ଆଣିଲେ ସମୂହ ଟିସି ନେବାର ଧମକ ଦେଇଥିଲେ ସ୍କୁଲ ଟି ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ କଡ଼ରେ ଥିବାରୁ ଛାତ୍ର ଛାତ୍ରୀ ମାନେ ରାସ୍ତା କଡ଼ ରେ ସ୍କୁଲ ଫାଟକ ନିକଟରେ ଜମା ହୋଇ ରହିଥିଲେ ମଧ୍ୟ କେବଳ ପ୍ରଧାନଶିକ୍ଷୟତ୍ରୀ ସୂର୍ଯ୍ୟମଣୀ ବେହେରା ଙ୍କୁ ଛାଡିଦେଲେ ଅନ୍ୟ କୌଣସି ଶିକ୍ଷକ, ଶିକ୍ଷିକା ଙ୍କୁ ଦେଖିବାକୁ ମିଳିନଥିଲା ବହୁ ସଂଖ୍ୟା ରେ ଛାତ୍ର ଛାତ୍ରୀ ଦୀର୍ଘ ସମୟ ଧରୀ ଖରାରେ ବସିରହି କାନ୍ଦୁ ଥିବା ଯୋଗୁ ତିନିଜଣ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇ ସଂଜ୍ଞାହୀନ ହୋଇପଡ଼ିଥିଲେ ଉପସ୍ଥିତ ଏବିଇଓ ବିପିନ ବାରିକ ଙ୍କ ବ୍ୟବହାର କୁ ନେଇ ଅଭିଭାବକ ଓ ଗଣମାଧ୍ୟମ ପ୍ରତିନିଧି ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବିଇଓ ଶ୍ରୀ ବାରିକ ଏମାନେ ଅଭିଭାବକ ନୁହନ୍ତି ନକଲି ଅଭିଭାବକ ବୋଲି କହିବା ଓ ଗଣମାଧ୍ୟମ ପ୍ରତିନିଧି ଙ୍କ ସହିତ ଯୁକ୍ତିତର୍କ କରୁଥିବା ଦେଖାଯାଇଥିଲା ଦୀର୍ଘ ସମୟ ପରେ ପ୍ରାୟ ଦିବା ୨ ଘଟିକା ସମୟରେ ଅଭିଭାବକ, ଛାତ୍ର, ଛାତ୍ରୀ ଶିକ୍ଷକ ଓ ବିଇଓ, ଏବିଇଓ,ବିଆରସିଏସ, ସିଆରସିଏସ ଓ ପୋଲିସ ଉପସ୍ଥିତି ରେ ଆଲୋଚନା ହୋଇଥିଲା ଆଲୋଚନା ରେ ଛାତ୍ର ଛାତ୍ରୀ ଶିକ୍ଷକ ଙ୍କ ପୁନଃ ନିଯୁକ୍ତି ଦାବୀ ରେ ଅଟଳ ରହିବା ସହିତ ଲିଖିତ ପ୍ରତିଶୃତି ଦାବୀ ରେ ଅଟଳ ରହିଥିଲେ ଶେଷରେ ବିଇଓ ଲିଖିତ ଭାବେ ଦଶଦିନ ମଧ୍ୟରେ ଶିକ୍ଷକ ଙ୍କ ପୁନଃ ନିଯୁକ୍ତି ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ପତ୍ର ମାଧ୍ୟମ ରେ ଅବଗତ କରିବାକୁ ଲିଖିତ ଭାବପ୍ରତିଶୃତି ଦେବାରୁ ପରିସ୍ଥିତି ଶାନ୍ତ ପଡିଥିଲା ଏପରି ଘଟଣା ବାରମ୍ବାର ସାମ୍ନା କୁ ଆସିବା ଓ ଶିକ୍ଷା ବିଭାଗ ଅଧିକାରୀ ଙ୍କ ଏଭଳି ଆଚରଣ ଶିକ୍ଷା ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠିବା ସ୍ୱାଭାବିକ, ତେବେ ଏଇ ଘଟଣା ପରେ ଶିକ୍ଷା ବିଭାଗ କଣ ପଦକ୍ଷେପ ଗ୍ରହଣ କରୁଛି ତାକୁ ଦେଖିବା ପାଇଁ ବାକି ରହିଲା