ଚୋରା ବାଲି ଚାଲାଣ କରୁଥିବା ୫ ଟ୍ରାକ୍ଟର କୁ ଜବତ କରିଛି ପୋଲିସ

ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ବାଲି ଘାଟରୁ ବେଆଇନ ଭାବରେ ବାଲି ଚୋରାଚାଲାଣ କରୁଥିବା ୫ ଟ୍ରାକ୍ଟରକୁ ଶନିବାର ରାତ୍ରରେ ପୋଲିସ ଜବତ କରିଛି । ଏଥିନେଇ ଥାନା ରେ ଏକ ମାମଲା ରୁଜୁ କରାଯାଇଛି । ଏହା ନେଇ ଥାନା ଆଇଆଇସି ସମିର କୁମାର ରାଉତ କହିଛନ୍ତି ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚୋରାଚାଲାଣ ହେଉଥିବାର ବିଶ୍ବସ୍ଥ ସୁତ୍ରରୁ ଖବର ପାଇ ରାତ୍ରରେ ଚଢାଉ କରାଯିବା ବେଳେ ଅନ୍ଧାର ରାତ୍ରର ସୁଯୋଗ ନେଇ ଅଭିଯୁକ୍ତ ମାନେ ଟ୍ରାକ୍ଟରକୁ ଛାଡି ଚମ୍ପଟ ମାରିଥିଲୋ ଦୀର୍ଘ ସମୟ ପର୍ଯ୍ୟନ୍ତ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ଜଗିରହିଥିଲେ ସୁଦ୍ଧା ଗାଡିପାଖକୁ କେହି ଆସି ନ ଥିଲେ ଫଳରେ ଟ୍ରାକ୍ଟରଗୁଡିକୁ ଜବତ କରି ଥାନାକୁ ଆଣିବା ସହ ଏହି ଗାଡି କାହାର ସେଥିନେଇ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି ।ସୂଚନାଯୋଗ୍ୟ ଦୀର୍ଘ ଦିନହେଲା ପ୍ରତାପୁର ଗ୍ରାମରେ ଋଷିକୁଲ୍ୟା ନଦୀର ବିଭିନ୍ନ ସ୍ଥାନରେ ବାଲି ମାଫିଆ ମାନେ କୁଳଘାଇକୁ ହାଣିବା ସହ ବେଆଇନ ଭାବରେ ବାଲି ଚୋରାଚାଲାଣ କରିବା ନେଇ ପ୍ରତାପୁର ସରପଞ୍ଚ ଗତ ମାସରେ ଅଭିଯୋଗ କରିଥିଲେ। ପୋଲିସ ଓ ପ୍ରଶାସନ ଆଖିରେ ଧୂଳିଦେଇ ଗାଡିର ନମ୍ବରକୁ ବଦଳାଇ ବାଲି ଚୋରାଇ ବୋହିବାରେ ଲାଗିଥିଲେ ।ଏହି ବାଲି ଚୋରାଚାଲାଣ ପଛରେ ଜୈନିକ ପୋଲିସ କର୍ମଚାରୀ ରହି ସେ ଓ ତାଙ୍କ ଭାଇ ଏହି କାରବାରର ପୁରଧା ସାଜି ରାତାରାତି ବାଲି ଚୋରା କାରବାର ଚଲାଇ ଆସୁଥିବା ବେଳେ ଏହା ବିରୋଧରେ କିଏ ମୂହଁ ଖୋଲିଲେ ସେହି ପୋଲିସ କର୍ମଚାରୀ ଜଣକ ନାଲିଆଖିଦେଖାଇବାରେ ଲାଗିଥିବା ଅଭିଯୋଗ ହୋଇଛି। ଯାହା ଦ୍ବାରା ଭୟରେ ଲୋକେ ଚୁପ ରହିବାକୁ ବାଧ୍ୟ ହେଉଛନ୍ତି ।ପୋଲିସ ପକ୍ଷରୁ ଜବତ କରାଯାଇଥିବା ଏହି ଗାଡି ମଧ୍ୟରେ ଜାଲ ନମ୍ବରର ଗାଡି ରହିଥିବା ବେଳେ ଏହି ପୋଲିସ କର୍ମଚାରୀଙ୍କ ଭାଇଙ୍କ ଗାଡି ମଧ୍ୟ ଥିବା ନେଇ ଲୋକେ ଅଭିଯୋଗ କରିବା ସହ ବରିଷ୍ଠ ପୋଲିସ ଅଧିକାରୀମାନେ ଏଥିପ୍ରତି ଗୁରୁତ୍ୱ ଦେଇ ଜବତ ଗାଡିଗୁଡିକ ସମ୍ପର୍କରେ ଅଧିକ ତଦନ୍ତ କଲେ ବାଲି ଚୋରାକାରବାରରେ ସମ୍ପୁକ୍ତ ରହିଥିବା ଜୈନିକ ପୋଲିସ କର୍ମଚାରୀଙ୍କ ଅସଲି ମୁଖାଖୋଲିପାରିବ ବୋଲି ସାଧାରଣ ରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ