ସମର୍ଥ ଶିବିର ଅନୁଷ୍ଠିତ ନିମନ୍ତେ ପ୍ରସ୍ତୁତି ଓ ସମନ୍ବୟ କମିଟି ବୈଠକ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ସଦ୍ଭାବନା ସମ୍ମିଳନୀ ପ୍ରକୋଷ୍ଠ ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡାଙ୍କ ଅଧ୍ୟକ୍ଷତାରେ ସମର୍ଥ ଶିବିର ନିମନ୍ତେ ପ୍ରସ୍ତୁତି ଓ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାର ପ୍ରତି ବ୍ଲକ୍ ସଦର ମହକୁମାରେ ସମର୍ଥ ଶିବିରମାନ ଆୟୋଜିତ ହେବ । ଭୀମ ଭୋଇ ଭିନ୍ନକ୍ଷମ ସମର୍ଥ ଅଭିଯାନ ଯୋଜନାରେ ଜିଲ୍ଲାରେ ରହିଥିବା ସମସ୍ତ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ଯେଭଳି ଉପକୃତ ହେବେ ସେଥି ନିମନ୍ତେ ଶିବିର ଗୁଡିକରେ ବ୍ଯବସ୍ଥା କରାଯିବ । ବ୍ଲକ୍ ସ୍ତରରେ ପୂର୍ବରୁ ରହିଥିବା ଭିନ୍ନକ୍ଷମ ତାଲିକାକୁ ଆଧାର କରି ଶିବିର ଆୟୋଜିତ ହେବ । ପ୍ରତି ଶିବିରରେ ଗୋଟିଏ ସ୍ଥାନରେ ନିଜନିଜ ବ୍ଲକ୍ ର ଭିନ୍ନକ୍ଷମ ବ୍ଯକ୍ତିଗଣ ଉପସ୍ଥିତ ରହିବେ ସେହି ଶିବିରରେ ସମସ୍ତ ପ୍ରମାଣ ପତ୍ର ସହିତ ଛାତ୍ରବୃତ୍ତି, ପୋଷ୍ଟ ମାଟ୍ରିକ୍ ସ୍କଲାରସିପ୍ ଆୟ ପ୍ରମାଣ ପତ୍ର, ଭିନ୍ନକ୍ଷମ ପ୍ରମାଣ ପତ୍ର, ବସ୍ ଯାତ୍ରା ରିହାତି ପତ୍ର, ରେଳଯାତ୍ରା ରିହାତି ପତ୍ର, ଭିନ୍ନକ୍ଷମ ବ୍ୟବହାରକାରୀ ସାମଗ୍ରୀ ( Aids & Appliance) ଇତ୍ୟାଦି ଯେପରି ଗୋଟିଏ ସ୍ଥାନରେ ପାଇବେ ତାହାର ବ୍ଯବସ୍ଥା କରିବାକୁ ଜିଲ୍ଲାପାଳ ଶ୍ରୀ ପରିଡା ଗୁରୁତ୍ବ ଦେଇଥିଲେ । ଜିଲ୍ଲାପାଳ ଅବଗତ କରାଇଥିଲେଯେ, ଜିଲ୍ଲାରେ ଏ ଯାବତ୍ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଆବେଦନ ପଡିରହିଛି ଯାହାର ପ୍ରମାଣ ପତ୍ର ଗୁଡିକ ଏ ଯାବତ୍ ଦିଆଯାଇପାରିନାହିଁ । ସେମାନେ ଯେପରି ଯଥାଶୀଘ୍ର ସ୍ବଳ୍ପ ଦିନରେ ( ବିଶେଷ କରି ୧୦ ଦିନ ମଧ୍ୟରେ)