ବ୍ଲକ୍ କଳା ସାଂସ୍କୃତିକ ସଂଘ ଉପ ସଭାପତି ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ବୈଠକ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଆଗାମୀ ଦିନରେ ରାଜ୍ଯ ସରକାରଙ୍କ ୧୫ ଗୋଟି ଜନ କଲ୍ଯ.ାଣ ମୂଳକ ଯୋଜନା ଗୁଡିକ ତୃଣମୂଳ ସ୍ତରରେ କିଭଳି ପହଞ୍ଚି ପାରିବ ଏବଂ ଜନ ସାଧାରଣ ସେହି ଯୋଜନା ଗୁଡିକରୁ କିଭଳି ଉପକୃତ ହେବେ ସେଥି ସକାଶେ ଲୋକକଳା ଦଳର କଳାକାର ମାନଙ୍କ ଦ୍ମବାରା ପ୍ରଚାର ପ୍ରସାର କରାଯିବ । ଏଥିନେଇ ରାଜ୍ଯ ସୂଚନା ଓ ଲୋକସମ୍ପର୍କ ବିଭାଗ ତଥା ଓଡିଆ ଭାଷା, ସାହିତ୍ଯ, ସଂସ୍କୃତି ବିଭାଗର ମିଳିତ ଆୟୋଜନ କ୍ରମେ ରାଜ୍ଯ ଜିଲ୍ଲା ଏବଂ ବ୍ଲକ୍ ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟ ଶେଷ ହୋଇ କଳାକାର ଗଣ ପ୍ରସ୍ତୁତ ହେଉଛନ୍ତି । ସେମାନଙ୍କର ଏହି ପ୍ରସ୍ତୁତିର ସମୀକ୍ଷା କରିବା ନେଇ ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ରାଧା କୃଷ୍ଣ ରାମ ଏବଂ ଜିଲ୍ଲା ସୂଚନା ଓଏ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ବୈଠକରେ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗୀୟ ଉପନିର୍ଦ୍ଦେଶିକା ସୁଚିସ୍ମିତା ମନ୍ତ୍ରୀ ଏବଂ ପୂର୍ବତନ ସହକାରୀ ନିର୍ଦ୍ଦେଶକ ତଥା ପ୍ରସାର ପ୍ରଚାର କାର୍ଯ୍ୟର ରାଜ୍ୟ ଉପଦେଷ୍ଟା କୃଷ୍ଣଚନ୍ଦ୍ର ନିଶଙ୍କ ଯୋଗ ଦେଇ ପ୍ରଚାର କାର୍ଯ୍ୟକୁ ବ୍ୟାପକ ଏବଂ ସୁଦୂର ପ୍ରସାର କରିବା ସକାଶେ ମତ ରଖିଥିଲେ । ଏଥି ପୂର୍ବରୁ ୧୧ ଗୋଟି ଯୋଜନାମମତା ଯୋଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, କ୍ରୀଡା ଯୋଜନା, ୫ ଟି ହାଇସ୍କୁଲ ରୂପାନ୍ତରୀକରଣ,ମିଶନ୍ ଶକ୍ତି ଯୋଜନା, ଓଡିଶା ଆଦର୍ଶ ବିଦ୍ୟାଳୟ, ଫସଲବୀମା ଓ ବିନା ସୁଧରେ ରୂଣ ଯୋଜନା, ସ୍ବାସ୍ଥ୍ଯ, ଆମ ଓଡିଶା ନବୀନ ଓଡିଶା, ମଧୁବାବୁ ପେନସନ୍ ଯୋଜନା ର ପ୍ରଚାର ଦିଗରେ ପ୍ରଶିକ୍ଷଣ ଦିଆଯାଇଥିଲା । ବର୍ତ୍ତମାନ ପୁଣି ଆଉ ୪ ଗୋଟି ଯୋଜନା ଲକ୍ଷ୍ମୀ ବସ୍, ଆମ ବ୍ୟାଙ୍କ, ଆମ ଐତିହ୍ଯ ଏବଂ ସ୍ବତନ୍ତ୍ର ଉନ୍ନୟନ ପ୍ରକଳ୍ପ ଯୋଜନା ଗୁଡିକ ମଧ୍ୟ ପ୍ରଚାର ପ୍ରସାର କରାଯିବ । କଳାକାର ମାନଙ୍କ ପଞ୍ଜିକରଣ, ସେମାନଙ୍କର ପ୍ରଶିକ୍ଷଣ, କ୍ୟାଲେଣ୍ଡର ପ୍ରସ୍ତୁତ କରି କାର୍ଯ୍ୟକ୍ରମ ପରିବେଷଣ ଇତ୍ୟାଦି ସମେତ ସେମାନଙ୍କ ପାରିଶ୍ରମିକ ବାବଦ ସମସ୍ତ ବିଷୟ ନେଇ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଉପସଭାପତିଗଣ ସେମାନଙ୍କ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇବା ସହିତ ପ୍ରଚାର ଓ ପ୍ରସାର କାର୍ଯ୍ୟ ବେଳେ କଣ ସବୁ ଅସୁବିଧା ମାନ ଦେଖାଯାଉଛି ଏବଂ ସେଗୁଡିକର ସମାଧାନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଅଧିକ ଲୋକକଳା ରହିଛି । ୟୋଜନାର ପ୍ରଚାର ପ୍ରସାର ସମୟରେ କେଉଁ ସବୁ ବିଷୟ ପ୍ରତି ଅଧିକ ଧ୍ୟାନମ ଦେଇ ନିଜକୁ ପ୍ରସ୍ତୁତ କରିବେ ତାହା ଶ୍ରୀ ନିଶଙ୍କ ଅବଗତ କରାଇଥିଲେ । ସମ୍ପ୍ରତି ଅଧିକ କଲାକାର ଯେଭଳି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ସେଥି ସକାଶେ ପଞ୍ଜିକରଣର ଆବଶ୍ୟକତା ଦିଗରେ ଆଲୋଚନା ହୋଇଥିଲା । କଳାକାର ପଞ୍ଜିକରଣ କରି ପୁନର୍ବାର ଆଉ ଦୁଇ ଗୋଟି କର୍ମଶାଳା ବ୍ଲକ୍ ସ୍ତରରେ ଅନୁଷ୍ଠିତ ହେବାର ଯୋଜନା ରହିଥିବା ଜଣାଇ ଦିଆଯାଇଥିଲା । ବିଶେଷକର ଯେଉଁ ଅନୁଷ୍ଠାନ ପଞ୍ଜିକରଣ କରାଇ ନାହାନ୍ତି ସେମାନେ ବର୍ତ୍ତମାନ ମଧ୍ୟ ପଞ୍ଜିକରଣ କରାଇପାରିବେ ବୋଲି କୁହାଯାଇଥିଲା । ଜନହିତକର ଯୋଜନା ଗୁଡିକ ସମ୍ପର୍କରେ ଜନ ସାଧାରଣ କିଭଳି ପ୍ରଞ୍ଜଳ ଭାବେ ଅବଗତ ହେବେ ସେ ସମ୍ପର୍କରେ ସମସ୍ତ ଉପସଭାପତି ମାନଙ୍କୁ କୁହାଯାଇଥିଲା ।