ଜିଲ୍ଲା ଦାବି କୁ ଜୋର୍ କଲା ଘୁମୁସର ଜିଲ୍ଲା ସଂଗ୍ରାମ ସମିତି

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଘୁମୁସରଜିଲ୍ଲା ଆନ୍ଦୋଳନ ଦୀର୍ଘ ୩୦ ବର୍ଷ ର ଆନ୍ଦୋଳନ। ୧୯୯୨ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ତିରିଶି ବର୍ଷ ଧରି ଏହି ଆନ୍ଦୋଳନ କୁ ବିଭିନ୍ନ ଦଳ, ସଂଘ, ଓ ବ୍ୟକ୍ତି ବିଶେଷ ଜାରି ରଖିଛନ୍ତି। ୧୯୯୨-୯୩ ମସିହାରେ ତତ୍କାଳୀନ ଓଡ଼ିଶାର ଜନନାୟକ ଦିବଂଗତ ମୂଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୟାନନ୍ଦ ପଟ୍ଟନାୟକଙ୍କ ସରକାର ସମୟରେ ଓଡ଼ିଶା ର ୧୩ ଗୋଟି ଜିଲ୍ଲାକୁ ଜନସାଧାରଣଙ୍କ ନିକଟରେ ସମସ୍ତ ସରକାରୀ ସୁବିଧା ଉପଲବ୍ଧ କରାଇବା ଉଦେଶ୍ୟ ରେ ୩୦ ଗୋଟି ଜିଲ୍ଲା ଗଠନ କରିଥିଲେ। ଦୁର୍ଭାଗ୍ୟର ବିଷୟ ଗଞ୍ଜାମଜିଲ୍ଲା ଏକ ବୃହତ ଜିଲ୍ଲା ଏବଂ ଏହା ୨୨ ଗୋଟି ବ୍ଳକ୍ କୁ ପ୍ରତିନିଧିତ୍ଵ କରୁଥିଲେ ମଧ୍ୟ “ଘୁମୁସରଜିଲ୍ଲା” ଦାବିକୁ ସରକାର ଅଗ୍ରାହ୍ୟ କରିଦେଇଥିଲେ। କିନ୍ତୁ ଓଡ଼ିଶା ର ସର୍ବନିମ୍ନ ୪ ଗୋଟି ବ୍ଳକ୍ ଥିବା ଅଞ୍ଚଳକୁ ସ୍ବତନ୍ତ୍ର ଜିଲ୍ଲା ର ମାନ୍ୟତା ଦିଆଯାଇଥିଲା ଏହାକୁ ନେଇ ସେ ସମୟରେ ଘୁମୁସର ଅଞ୍ଚଳରେ ତୀବ୍ର ଜନ ଆନ୍ଦୋଳନ , ହରତାଳ, ଓ ବନ୍ଦ୍ ଡାକରା ହୋଇଥିଲା। କିନ୍ତୁ ଏଥିପ୍ରତି ତତ୍କାଳୀନ ସରକାର ଗୁରୁତ୍ବ ଦେଇନଥିଲେ। ସେଥିନିମନ୍ତେ ଭଞ୍ଜନଗର ଅଞ୍ଚଳର ସମସ୍ତ ଦଳର ପ୍ରତିନିଧି, ଅଧିବକ୍ତା ସଂଘ, ବୁଦ୍ଧିଜୀବୀ ସଂଗଠନ, ବିଭିନ୍ନ ବ୍ୟବସାୟୀ ସଂଗଠନ, ଛାତ୍ର କୃଷକ ଶ୍ରମିକ ଓ ସାଧାରଣ ଜନତା ଙ୍କୁ ନେଇ ଭଞ୍ଜନଗର ସହରର ନଗରପାଳ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଗଠିତ, ଘୁମୁସର ସଂଗ୍ରାମ ସମିତି, ଘୁମୁସରଜିଲ୍ଲା ଘୋଷଣା କରିବା ପାଇଁ ଓଡ଼ିଶା ସରକାରଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ଆଜିର ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି। ଘୁମୁସର ସଂଗ୍ରାମ ସମିତିରେ କାର୍ଯ୍ୟକାରୀ ସଭାପତି ଶ୍ରୀ ନିରାକର ବିଷୋୟୀ, ଉପସଭାପତି ଶ୍ରୀ ମୁରଲୀଧର ପଣ୍ଡା ଓ ସୁକାନ୍ତ କୁମାର ଦିଗାଲ୍ , ସମ୍ପାଦକ ଶ୍ରୀ ଶିବ କୁମାର ନାୟକ, ଶ୍ରୀ ଧିରେଶ ପଟ୍ଟନାୟକ, ଶ୍ରୀ ଭଞ୍ଜ କିଶୋର ପ୍ରଧାନ, ସାଧାରଣ ସମ୍ପାଦକ ଭାବରେ ଶ୍ରୀ ଅଯୋଧ୍ୟା ନାଥ ମହାପାତ୍ର, ଶ୍ରୀ ନୈ।ସାଦ୍ ମହମ୍ମଦ ଓ ଶ୍ରୀ ବିଦ୍ୟାଧର ପ୍ରଧାନ ଏବଂ ଆବାହକ ରୁପେ ଶ୍ରୀ ଦେବୀ ପ୍ରସାଦ ବିଷୋୟୀ ଅନ୍ତର୍ଭୁକ୍ତ। ଉପରୋକ୍ତ ସଂଘ ର ଦାବି ମୁତାବକ ଦାବିପତ୍ର ପ୍ରଦାନ କରାଯିବାର ୨୧ ଦିନ ଭିତରେ ଘୁମୁସର ଉପଖଣ୍ଡ କୁ ସ୍ଵତନ୍ତ୍ର “ଘୁମୁସରଜିଲ୍ଲା” ଘୋଷଣା କରାଯାଉ। ଯଦି ସରକାର ୩୦ ବର୍ଷ ର ଦାବିକୁ ଗୁରୁତରସହ ବିଚାର ନ କରନ୍ତି ତେବେ, ସାରା ଘୁମୁସର ଅଞ୍ଚଳରେ ତୀବ୍ର ଜନ ଆନ୍ଦୋଳନ ସୃଷ୍ଟି ହେବା ସଂଗେସଂଗେ ଆଇନ ଶୃଂଖଳା ପରିସ୍ଥିତି ଉପୁଜିଲେ ସେଥିପାଇଁ ସରକାର ଦାୟୀ ରହିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ