ଭୋଟର ତାଲିକା ସଂଶୋଧନ ସକାଶେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଜିଲ୍ଲା ପରିଷଦ ସଦ୍ଭାବନା ସମ୍ମିଳନୀ ପ୍ରକୋଷ୍ଠ ଠାରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର,କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ସହକାରୀ ନିର୍ବାଚନ ପରିଚାଳନା ଅଧିକାରୀ ମାନଙ୍କର ପ୍ରଶିକ୍ଷଣ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଦିବ୍ଯ ଜ୍ଯୋତି ପରିଡା ପ୍ରଶିକ୍ଷଣ କାର୍ଯ୍ୟରେ ଉପସ୍ଥିତ ରହି ସମସ୍ତ ସହକାରୀ ନିର୍ବାଚନ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେଯେ, ନିର୍ବାଚନ ଘୋଷଣା ପୂର୍ବରୁ ପ୍ରସ୍ତୁତ ଭୋଟର ତାଲିକାଟିକୁ କିଭଳି ସମ୍ପୂର୍ଣ୍ଣ ସଂଶୋଧନ କରାଇବେ ଏବଂ ନିର୍ବାଚନ ଘୋଷଣା ହେବା ପରେ ଭୋଟର ତାଲିକାର କାର୍ଯ୍ୟଧାରା କଣ ହେବା ଆବଶ୍ୟକ ସେ ସମ୍ପର୍କରେ ଅବଗତ କରାଇଥିଲେ । ଭୋଟର ତାଲିକା ପଞ୍ଜିକରଣ ନିୟମାବଳୀ RP Act-୧୯୫୦ଏବଂ ERO Net୨.୦ କଣ ହେବା ଉଚିତ୍ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି । ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନକୁ ଦୃଷ୍ଟରେ ରଖି ଭୋଟର ତାଲିକା ସମ୍ପୂର୍ଣ୍ଣ ନିର୍ଭୁଲ ହୋଇ ପ୍ରକାଶନ ହେବ । ସେହି ତାଲିକାରେ କେଉଁ ସବୁ ତଥ୍ୟ ସପ୍ଲିମେଣ୍ଟ ଅନୁଯାୟୀ ସଂଶୋଧନ ହେବ ତାହା ଅବଗତ କରାଇଥିଲେ । ଚୂଡାନ୍ତ ତାଲିକା ପ୍ରକାଶନ ପୂର୍ବରୁ କେଉଁ ସବୁ କାର୍ଯ୍ୟ ସଂପାଦନ କରି ତାହା ପ୍ରସ୍ତୁତ ହେବ ସେ ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯାଇଛି । ତେଲୁଗୁ ଭାଷାଭାଷୀ ଅଞ୍ଚଳ ଲୋକଙ୍କ ସୁବିଧା ନିମନ୍ତେ ଉଭୟ ଓଡିଆ ଓ ତେଲୁଗୁ ଭାଷାରେ ଭୋଟର ତାଲିକା ପ୍ରସ୍ତୁତ ହେବ, ସେଥିରେ କେଉଁ ସବୁ ତଥ୍ୟ ଏବଂ କିଭଳି ରହିବ ତାହା ଅବଗତ କରାଯାଇଛି । ସମ୍ପ୍ରତି ରହିଥିବା ତାଲିକାର ସଂଶୋଧନ ପ୍ରକ୍ରିୟାରେ କେଉଁ ସବୁ ବିଷୟକୁ ଗୁରୁତ୍ବ ଦେଇ ସଂଶୋଧନ କରାଇବେ ତାହା ସମସ୍ତ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ନିର୍ବାଚନ ବିଭିନ୍ନ ସ୍ଥିତି ସମୟରେ ଭୋଟର ତାଲିକାର ଉପଯୋଗ କଣ ହେବ ତାହା ମଧ୍ୟ ଜଣାଇ ଦିଆଯାଇଛି । ବିଗତ ନିର୍ବାଚନ ସମୟରେ ଅବକାରୀ ଚଢାଉ ଅବଗତ କରାଇଥିଲେ । ସମ୍ପର୍କିତ ତଥ୍ୟକୁ ଆଧାର କରି ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଅବଗତ କରାଇଥିଲେ ।
ପ୍ରଶିକ୍ଷଣ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସଂଶୋଧନ ପ୍ରକ୍ରିୟାର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଇଥିଲେ । ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ସଂଶୋଧନ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଗୁଡିକ ଉପସ୍ଥାପନ କରି କିଭଳି ସଂଶୋଧନ ହେବ ତାହା ଅବଗତ କରାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ମହନ୍ତ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ସମସ୍ତ ସହକାରୀ ନିର୍ବାଚନ ଅଧିକାରୀ ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ