ସହୀଦ ଭଗତ ସିଂ ସ୍ନାତକ ମହାବିଦ୍ୟାଳୟର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ
ଗଂଜାମ, (ବିନୋଦ ପଲାଇ) :ମଙ୍ଗଳବାର ଦିନ ସହୀଦ ଭଗତ ସିଂ ସ୍ନାତକ ମହାବିଦ୍ୟାଳୟରେ ଓଡିଶା ସରକାର ତଥା ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କଲେଜ ଅଧକ୍ଷା ଶ୍ରୀମତୀ ମୀନତି ପଟନାୟକଙ୍କ ଅଧକ୍ଷତା ରେ ଉଦଘାଟିତ ହୋଇଯାଇଛି ଶିକ୍ଷାର୍ଥୀ ମାନଙ୍କର ଅନ୍ତନିହିତ ସାମାଜିକ, କଳା, ସଂସ୍କୃତି ଓ କ୍ରୀଡା କ୍ଷେତ୍ରରେ ଥିବା ପ୍ରତିଭାକୁ ବିକଶିତ କରିବା ଥିଲା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଗୃହ ବିଭାଗ ଅଧିନସ୍ଥ ସ୍ୱତନ୍ତ୍ର ଗୁଇନ୍ଦା ବିଭାଗ ରେ କାର୍ଯ୍ୟରତ ଉପ ଆରକ୍ଷୀ ନିରୀକ୍ଷକ ଶ୍ରୀଯୁକ୍ତ ଶରତ କୁମାର ସାହୁ ଯୋଗଦେଇ ଓଡିଶା ସରକାରଙ୍କ କ୍ରୀଡା ଓ ସଂସ୍କୃତି କ୍ଷେତ୍ରରେ ଅତୁଳନୀୟ ଅବଦାନ ଦେଇ ଓଡିଶା ର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କ୍ରୀଡା କିଭଳି ଭାବେ ତାଙ୍କ ଛାତ୍ର ଜୀବନରୁ ବୃତ୍ତିଗତ ଜୀବନକୁ ପରିବର୍ତନ କରିଥିଲା ତାହା ସେ ମତବ୍ୟକ୍ତ କରିଥିଲେ ଅନ୍ୟତମ ସଂମ୍ମାନିତ ଅତିଥି ଭାବେ ସହିଦ ଭଗତ ସିଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବରିଷ୍ଟ ପ୍ରାଧ୍ୟାପକ ଡ଼ଃ ଭଗବାନ ତ୍ରିପାଠୀ, ଖଣ୍ଡଦେଉଳି ହାଇସ୍କୁଲ ର ସରକାରୀ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ବିଘ୍ନରାଜ ଦାସ, ସମାଜସେବୀ ଶ୍ରୀଯୁକ୍ତ ଲିଙ୍ଗରାଜ ମହାପାତ୍ର ଯୋଗ ଦେଇଥିଲେ,ନୋଡାଲ ଅଫିସର ଶ୍ରୀଯୁକ୍ତ ବସନ୍ତ ଗୌଡ଼ ଙ୍କ ପ୍ରତେକ୍ଷ ତତ୍ୱାବଧାନ ରେ ପରିଚାଳିତ ଏହି କାର୍ଯ୍ୟକ୍ରମ ରେ କ୍ରୀଡା ଦାୟିତ୍ୱରେ ଥିବା ଡ଼ଃ ଦେବୀ ପ୍ରସାଦ ପଟନାୟକ, ଓ ଅଧ୍ୟାପକ ଶ୍ରୀ ଆଖଣ୍ଡଳମଣି ବେହେରା,କ୍ରୀଡା ଶିକ୍ଷକ କୃଷ୍ଣଚନ୍ଦ୍ର ସ୍ୱାଇଁ କ୍ରୀଡା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ରାଜନୀତି ବିଜ୍ଞାନ ମୁଖ୍ୟ ଶ୍ରୀଯୁକ୍ତ ଲିଙ୍ଗରାଜ ସାହୁ ଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ, ଅଧ୍ୟାପିକା ନା. ପଦ୍ମାବତୀ, ଡ଼ଃ ଜୟନ୍ତୀ ବେହେରା, ତ୍ରିନାଥ ପ୍ରଧାନ, ଜୟଦେବ ଗୌଡ଼, ଶଶାଙ୍କ ସ୍ୱାଇଁ, ତାରିଣୀ ସ୍ୱାଇଁ , ପ୍ରଦୀପ ସ୍ୱାଇଁ, ପ୍ରଭାକର ଜେନା, D. ନାରସୀମ ଆଦି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ.ଶେଷରେ ଇତିହାସ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ଆନନ୍ଦ ଗୌଡ଼ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ଶେଷ କରିଥିଲେ,