ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟିନିଆଲ ତରଫରୁ ଚକ୍ଷୁ ଚିକିତ୍ସା ଶିବିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟିନିଆଲ ଏବଂ ଲେପ୍ରା ଇଣ୍ଡିଆର ମିଳିତ ସହଯୋଗରେ ଭୁବନେଶ୍ୱର ଖଣ୍ଡଗିରୀସ୍ଥିତ ଧର୍ମବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ଦେୟମୁକ୍ତ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ରୋଟାରୀ ଜିଲ୍ଲା-୩୨୬୨ର ପ୍ରାନ୍ତପାଳ ଶ୍ରୀମତୀ ଜୟଶ୍ରୀ ମହାନ୍ତି, ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଭାକର ସ୍ୱାଇଁ, କ୍ଲବର ସଭାପତି ରୋଟାରୀଆନ ଡ. ବିଶ୍ୱପ୍ରକାଶ ଦତ୍ତ, ସମ୍ପାଦକ ଶ୍ରୀମତୀ ସ୍ମିତା ଷଡ଼ଙ୍ଗୀ ଓ ଚକ୍ଷୁ ବିଶେଷଜ୍ଞ ଡଃ ଡି. କେ ସାହୁ ଏବଂ ଡଃ ମାଧମଚନ୍ଦ୍ର ମିଶ୍ର ଉଦ୍‌ଘାଟନ କରିଥିଲେ । ଏଥିରେ ଶିଶୁ ବିଦ୍ୟାମନ୍ଦିରର ପ୍ରାୟ ୨୦୦ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇ, ଚକ୍ଷୁ ସମ୍ବନ୍ଧୀୟ ଆବଶ୍ୟକୀୟ ଉପକରଣ ଓ ଅଧିକ ଚକ୍ଷୁର ଉପଯୁକ୍ତ ଯତ୍ନନେବା ପାଇଁ ପରାମର୍ଶ ଦେଇଥିଲେ । ଦରକାର ପଡ଼ିଲେ ଆଗାମୀ ଦିନରେ ଚକ୍ଷୁ ଚିକିତ୍ସା ସମ୍ବନ୍ଧୀୟ ଆବଶ୍ୟକୀୟ ସାହାଯ୍ୟ ସହଯୋଗ ପ୍ରଦାନ କରାଯିବ ବୋଲି ରୋଟାରୀ କ୍ଲବ ଅପ ଭୁବନେଶ୍ୱର ସେଣ୍ଟିନିଆଲ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ କ୍ଲବର ସଭ୍ୟ ସାକ୍ୟ, ଶୁଭକାନ୍ତ, ଶିଶିର, ଶିବ, ଅଶୋକ, ପ୍ରମୋଦ, ସତ୍ୟ, ପ୍ରଣତୀ ଦେବାଶିଷ, କୃଷ୍ଣଚନ୍ଦ୍ର ଦାସ ଓ ମୃଣାଳ ନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ