ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ନୂତନ ଶ୍ରେଣୀ ଗୃହ ଉଦଘାଟନ ଓ କ୍ରୀଡ଼ା ଉପକରଣ ବଣ୍ଟନ

ଚୌଦ୍ଵାର, (ଦୀପକ୍ କୁମାର ବେଉରା): ଇମ୍ଫା ଶିଳ୍ପଗୋଷ୍ଠୀ ର ସାମାଜିକ ଓ ଦାୟିତ୍ବବୋଧ ଶାଖା ବଂଶୀଧର ଓ ଇଲ୍ଲାପଣ୍ଡା ଫାଉଣ୍ଡେସନ ପକ୍ଷ ରୁ ଓଟିଏମ କଲୋନୀ ସ୍ଥିତ ଦୁର୍ଗାବଜାର ପ୍ରାଥମିକ ସ୍କୁଲ ରେ ନୂତନ ଶ୍ରେଣୀ ଗୃହ ଉଦଘାଟନ, ଓଟିଏମ ହାଇସ୍କୁଲ ରେ ଦୋଳି, ଖସଡ଼ା ଭଳି ପିଲାମାନଙ୍କ ମନୋରଞ୍ଜନ ଖେଳ ଉପକରଣ ର ଉଦଘାଟନ ୮ ନଂ ପାରିଷଦ ଶ୍ରୀମତୀ ବିଜୟା ଲକ୍ଷ୍ମୀ ବେହେରା, ସମାଜସେବୀ ଶ୍ରୀ ଅର୍ଜୁନ ପଣ୍ଡା, ଇମ୍ଫା ର ପ୍ରଶାସନିକ ଅଧିକାରୀ ଶ୍ରୀ ସାରଦା ପ୍ରସାଦ ରାଓ, ଶକ୍ତି କାରଖାନା ର ମୁଖ୍ୟ ପରିଚାଳକ ଶ୍ରୀ ଲଲାଟ କେଶରୀ ମହାପାତ୍ର, ଫେରୋ ଆଲଏଜ ମୁଖ୍ୟ ପରିଚାଳକ ଶ୍ରୀ ସୁଜିତ କୁମାର ମିଶ୍ର ଙ୍କ ଦ୍ଵାରା କରାଯାଇଥିଲା | ଏହା ବ୍ୟତୀତ ଚୌଦ୍ବାର ଅଂଚଳ ରେ ଥ‌ିବା ୧୨ ଗୋଟି ଉଚ୍ଚ ବିଦ୍ୟାଳୟ ଯଥା – ଆଗ୍ରାହାଟ ଉଚ୍ଚ ବିଦ୍ୟାଳୟ, ଶଙ୍କରପୁର ସ୍ଥିତ ଗାନ୍ଧୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଦୌଲତବାଦ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ସରକାରୀ ଉଚ୍ଚ ବିଦ୍ୟାଳୟ, ନିଗମାନନ୍ଦ ବାଳିକା ମନ୍ଦିର, ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟ, ଚୌଦ୍ବାର ସ୍ଥିତ ଚୌଦ୍ବାର ବାଳିକା ଉଚ୍ଚ ବିଦ୍ୟାଳୟ, ମ୍ୟୁନିସିପାଲଟି ସରକାରୀ ଉଚ୍ଚ ବିଦ୍ୟାଳୟ, କଳିଙ୍ଗ ନୋଡାଲ ବିଦ୍ୟାପୀଠ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଓଟିଏମ ଉଚ୍ଚ ବିଦ୍ୟାଳୟ, ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ଝୋଟେଶ୍ଵର ଉଚ୍ଚ ବିଦ୍ୟାଳୟ ଆଦି ବିଦ୍ୟାଳୟ ଗୁଡିକ ଫୁଟବଲ, ଭଲିବଲ, କ୍ରିକେଟ ର ସମସ୍ତ ଖେଳ ଉପକରଣ ସହ ବାର୍ଷିକ କ୍ରୀଡା ପାଇଁ ଆବଶ୍ୟକୀୟ ସମସ୍ତ ଉପକରଣ ଇମ୍ଫା ର ଷ୍ଟାଫ କ୍ଲବ ମଧ୍ୟ ରେ ଚୌଦ୍ବାର ଥାନା ଭାରପ୍ରାପ୍ତ ଅଧିକାରୀ ବିଶ୍ବରଂଜନ ସାହୁ ଙ୍କ ଦ୍ବାରା ବଣ୍ଟନ କରାଯାଇଥିଲା | ବଣ୍ଟନ କାର୍ଯ୍ୟକ୍ରମ ରେ ୧୨ ଗୋଟି ଉଚ୍ଚ ବିଦ୍ୟାଳୟ ର ୩୦ ରୁ ଉର୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀ, ଇମ୍ଫା ର ବରିଷ୍ଠ ଅଧିକାରୀ ଲଲାଟ କେଶରୀ ମହାପାତ୍ର, ସୁଜିତ ମିଶ୍ର ସାରଦା ପ୍ରସାଦ ରାଓ ପ୍ରମୁଖ ଅତିଥ୍ ଭାବଯୋଗଦେଇଥ‌ିବା ବେଳେ ଶ୍ରୀ ମାନସ ରଞ୍ଜନ ପ୍ରଧାନ, ଆଶିଷ ଦାସ , ଓ ଅନ୍ୟମାନେ କାର୍ଯ୍ୟକ୍ରମ କୁ ପରିଚାଳନ କରିବା ରେ ସାହାଯ୍ୟ କରିଥିଲେ | ଇମ୍ଫା ର ଲୋକସମ୍ପର୍କ ବିଭାଗ ର ଉପ ସାଧାରଣ ପ୍ରଶାସକ ଶ୍ରୀ ଧୃବ ଚରଣ ରାଉତ କାର୍ଯ୍ୟକ୍ରମ ଗୁଡିକୁ ପରିଚାଳନା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ