ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ

ନୟାଗଡ , ( ଯୁଗାବ୍ଦ ନ୍ୟୁଜ) : ନୟାଗଡ ସଦର ଥାନା ଗୋଡିସାହି ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ନୟାଗଡ ସଦର ପୋଲିସ । ଗିରଫ ବ୍ୟକ୍ତି ଜଣକ ନୟାଗଡ ସଦର ଥାନା ଗୋଡିସାହି ଗାଁର ପ୍ରକାଶ ମହାପାତ୍ର ବୋଲି ଜଣାପଡିଛି । ବିଶେଷ ସୂତ୍ରରୁ ବ୍ରଉନ ସୁଗାର କାରବାର ହେଉଥିବା ଖବର ପାଇ କଟକ କେନ୍ଦ୍ରାଚଂଳ ଅବକାରୀ ବିଭାଗ ନୟାଗଡ ଅବକାରୀ ବିଭାଗ ସହାୟତାରେ ଗୋଡିଶାହି ଗ୍ରାମର ପ୍ରକାଶ ମହାପାତ୍ରଙ୍କ ଘରେ ଚଢଉ କରିଥିଲା । ଚଢାଉରେ ୭୩ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି ।ଜବତ ବାଉନ ସୁଗାର ମୂଲ୍ୟ ୭ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାର ଅଧିକ ତଥ୍ୟ ସଂଗ୍ରହ ପାଇଁ ବିଭାଗ ଅଭିଯୁକ୍ତ ପ୍ରକାଶ ମହାପାତ୍ରକୁ ପଚରା ଉଚରା ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ