ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବି ଉପରେ ସମିତିର ଜିଲ୍ଲା କମିଟି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ସରକାରୀ କୃଷି ମହାବିଦ୍ୟାଳୟ ଓ କୃଷି ଗବେଷଣା କ୍ଷେତ୍ର ପ୍ରତିଷ୍ଠା ସମିତିର ଜିଲ୍ଲା କମିଟି ବୈଠକ ମଙ୍ଗଳବାର ଦିନ ପୂର୍ବାହ୍ଣରେ ତାରିଣୀ ନର୍ସିଂ ହୋମ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଡ. କେଶବ ଚରଣ ପଣ୍ଡା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ କରିଥିଲେ । ସାଧାରଣ ସଂପାଦକ ଅଭୟ ମିଶ୍ର ଗତ ବୈଠକର ବିବରଣୀ ପାଠ କରିବା ପରେ ତାହା ଗୃହୀତ ହୋଇଥିଲା । ବାଲେଶ୍ୱର ଜିଲ୍ଲାପାଳ କୃଷି ମହାବିଦ୍ୟାଳୟ ପାଇଁ ବାଲିଆରେ ଥିବା କୃଷି କ୍ଷେତ୍ରରେ ଏହା ପ୍ରତିଷ୍ଠା ପାଇଁ ଦେଇଥିବା ପ୍ରସ୍ତାବ ଉପରେ ସମିତିର ପ୍ରତିନିଧିମାନେ ଏହା ମାତ୍ର ୧୭ ଏକର ଥିବାର ଦର୍ଶାଇଥିଲେ । ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ନିୟମ ଅନୁଯାୟୀ ଅନ୍ୟୁନ ୪୦ ଏକର ପରିମିତ ଜମିର ଆବଶ୍ୟକତା ରହିଛି । ତେଣୁ ରେମୁଣା ତହସିଲ ଅଧିନସ୍ଥ ନରହରିପୁର ମୌଜାରେ ଥିବା ୫୦ ଏକରରୁ ଊର୍ଦ୍ଧ୍ୱ ପରିମାଣ ଜମିରେ ଏହି ପ୍ରସ୍ତାବିତ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା ପାଇଁ ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ । ଏ ସଂପର୍କରେ ଜିଲ୍ଲାପାଳ ରାଜ୍ୟ ସରକାରଙ୍କ କୃଷିବିଭାଗ ସଚିବଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିନିଧିମାନଙ୍କୁ ସୂଚନା ଦେଇଥିବା ସଂପର୍କରେ ସଭାପତି ଡ. ପଣ୍ଡା ବୈଠକରେ ପ୍ରକାଶ କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଉପନିର୍ଦ୍ଦେଶକଙ୍କ ଜରିଆରେ ସମିତି ପକ୍ଷରୁ ୫ଞ ସଚିବଙ୍କୁ ଦିଆଯାଇଥିବା ସ୍ମାରକପତ୍ରକୁ ସେ ରାଜ୍ୟ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟପନ୍ଥା ପାଇଁ ପଠାଇଥିôବାର ସାଧାରଣ ସଂପାଦକ ଶ୍ରୀ ମିଶ୍ର ବୈଠକରେ ସୂଚନା ଦେଇଥିଲେ । ରେମୁଣା ବ୍ଲକ୍‌ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସମୟରେ ସମିତିର ବରିଷ୍ଠ ସଦସ୍ୟ ହର ନାରାୟଣ ମଢ଼ୁଆଳ ସମିତି ପକ୍ଷରୁ ଏକ ଦାବିପତ୍ର ଦେଇଥିବାର ଜଣାଇଥିଲେ । ବାଲେଶ୍ୱର ଜିଲ୍ଲା ପରିଷଦର ସଭାପତିଙ୍କ ନେତୃତ୍ୱରେ ସମିତିର ଏକ ପ୍ରତିନିଧିଦଳ ଭୁବନେଶ୍ୱରରେ ରାଜ୍ୟ କୃଷି ମନ୍ତ୍ରୀ ଓ କୃଷି ସଚିବଙ୍କୁ ସାକ୍ଷାତ ଆଲୋଚନା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ଓ କୃଷି ଗବେଷଣା କ୍ଷେତ୍ର ପ୍ରତିଷ୍ଠା ପାଇଁ ପ୍ରମୁଖ ମୁଦ୍ରିତ ଗଣମାଧ୍ୟମର ପ୍ରତିନିଧିମାନେ ସେମାନଙ୍କର ତଥ୍ୟ ସମ୍ବଳିତ ଆଲେଖ୍ୟ ପ୍ରକାଶ କରିଥିବାରୁ ଓ ବାଲେଶ୍ୱରର ସମସ୍ତ ଗଣମାଧ୍ୟମ ସମିତିର ସଂବାଦ ପ୍ରଚାର ଓ ପ୍ରକାଶ କରୁଥିବାରୁ ସେମାନଙ୍କୁ ବୈଠକରେ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ବୈଠକରେ ସର୍ବଶ୍ରୀ ଡ. କ୍ଷିତୀଶ୍ୱର ଦାଶ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ନିରଞ୍ଜନ ପରିଡ଼ା, ଅନନ୍ତ ଦତ୍ତ, ରେମୁଣା ସଂଯୋଜକ ହରିହର ପରିଡ଼ା, ଶ୍ୟାମସୁନ୍ଦର ଜେନା, ଭାସ୍କର ପାଢ଼ୀ, ଭୂପତି ପାତ୍ର, ପୁରୁଷୋତ୍ତମ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଭାଗିରଥି ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ