ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ଅଭିନେତା ବାବୁସାନ୍‍

ଭୁବନେଶ୍ୱର: ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଓଡ଼ିଆ ଫିଲ୍ମର ଜଣାଶୁଣା ଅଭିନେତା ବାବୁସାନ ଓରଫ ତନ୍ମୟ ମହାନ୍ତି ୧୦୦୦ ଜରିମାନା ଦେଇଛନ୍ତି। କମିଶନରେଟ୍‍ ଟ୍ରାଫିକ ପୁଲିସ ପକ୍ଷରୁ ୧୦୦୦ ଟଙ୍କାର ଚାଲାଣ କଟାଯାଇଛି । ବୁଧବାର ରାତି ପ୍ରାୟ ୮ଟା ବେଳେ କଳିଙ୍ଗନଗର ଅଞ୍ଚଳରେ ଏକ ବାଇକରେ ବିନା ହେଲମେଟ୍‌ରେ ବାବୁସାନ ଯାଉଥିବା ବେଳେ ଟ୍ରାଫିକ ପୁଲିସ ତାଙ୍କର ଏକ ଭିଡିଓ ଉତ୍ତୋଳନ କରିଥିଲା । ଯାହା ବଳରେ ତାଙ୍କ ବିରୋଧରେ ଚାଲାଣ କଟାଯାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ