ଓଡିଶା ସରକାରୀ ଅଭିଯୋଜକ ସେବା ସଂଘର ସଭାପତି ହେଲେ ଚିତ୍ତରଞ୍ଜନ କାନୁନ୍‌ଗୋ

ଛତ୍ରପୁର,: ଓଡିଶା ରାଜ୍ୟ ସରକାରୀ ଅଭିଯୋଜକ ( କ୍ୟାଡର ପବ୍ଲିକ୍ ପ୍ରୋସିକୁଟୋର) ଏବଂ ସହ ସରକାରୀ ଅଭିଯୋଜକ( କ୍ୟାଡର ସହ ପବ୍ଲିକ୍ ପ୍ରୋସିକୁଟୋର) ସେବା ସଂଘର କର୍ମକର୍ତ୍ତା ଚୟନ ହୋଇଯାଇଛି । ଭୁବନେଶ୍ୱର ଠାରେ ଆୟୋଜିତ ସଂଘର କାର୍ଯ୍ୟକାରୀ ବୈଠକରେ ସର୍ବସମ୍ମତି କ୍ରମେ କଟକ କ୍ରାଇମ୍‌ବ୍ରାଞ୍ଚ କ୍ୟାଡର ପିପି ଚିତ୍ତରଞ୍ଜନ କାନୁନ୍‌ଗୋ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ସାଧାରଣ ସଂପାଦକ ଦକ୍ଷିଣାଞ୍ଚଳ ସରକାରୀ ଅଭିଯୋଜକ ଉପନିର୍ଦ୍ଦେଶକ ଯମେଶ୍ୱର ମିଶ୍ର, ଭୁବନେଶ୍ୱର ଏପିପି ଶଲୀଳ ପ୍ରଧାନ ଉପସଭାପତି, ଯୁଗ୍ମ ସଂପାଦକ ଭୁବନେଶ୍ୱର ଏପିପି ବିଶ୍ୱରଞ୍ଜନ ରାଉତ, କୋଷାଧ୍ୟକ୍ଷ କଟକ ଏପିପି ଲଲାଟେନ୍ଦୁ ଦାଶ ଏବଂ ସମୀକ୍ଷକ ଭାବେ ଛତ୍ରପୁର ଏସ୍‌ଡିଜେଏମ୍ କ୍ୟାଡର ଏପିପି ରାଜେଶ କୁମାର ମିଶ୍ରଙ୍କୁ ଚୟନ କରାଯାଇଥିଲା । ସେହିପରି ସଂଘର ଉପଦେଷ୍ଟା ଭାବେ ପ୍ରଦୀପ କୁମାର ଦାଶ, ବିଦୁଭୂଷଣ ମହାନ୍ତି ଓ ସୁବ୍ରତ ମହାନ୍ତି ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ ଚନ୍ଦନ ଦାଶ, ରମଣ ରାଜା, ସୁଦୀପ୍ତ ଦାଶ, ନିରଞ୍ଜନ ନାୟକ, ଦେବାଶିଷ ମହାଙ୍କୁଡ, ଚନ୍ଦ୍ରକାନ୍ତ ଦାଶ ଓ ଅମୀୟ କୁମାର ତରାଇଙ୍କୁ ଚୟନ କରାଯାଇଛି । ସଂଘର ସଭାପତି ଓ ସାଧାରଣ ସଂପାଦକଙ୍କ ସମେତ ୧୬ ଜଣିଆ କର୍ମକର୍ତ୍ତା ଆସନ୍ତା ଦୁଇବର୍ଷ ପାଇଁ ସଂଘର ଦାୟିତ୍ୱ ତୁଲାଇବେ ବୋଲି ସାଧାରଣ ସଂପାଦକ ତଥା ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ଶ୍ରୀ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ