ନାଗରିକତା ଆଇନ ଯୋଗୁଁ ଯୁଦ୍ଧ ଲାଗିବ: ଇମ୍ରାନ

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ଭାରତ ଦ୍ୱାରା ପ୍ରଣୀତ ନୂଆ ନାଗରିକତା ଅଧିକାର ସଂଶୋଧନ ଆଇନର ପ୍ରଭାବ ଏବଂ ଜମ୍ମୁ କାଶ୍ମୀରରେ କରାଯାଇଥିବା କଟକଣା ଯୋଗୁଁ ଦକ୍ଷିଣ ଏସିଆରେ ଶରଣାର୍ଥୀ ସଂକଟ ସୃଷ୍ଟି ହେବ । ଏହାଯୋଗୁଁ ଭାରତରୁ କୋଟି କୋଟି ମୁସଲମାନ ପାକିସ୍ତାନକୁ ପଳାୟନ କରିବାର ଆଶଙ୍କା ଦେଖାଦେଇଛି । ଏହି ସଙ୍କଟ ବାକି ସବୁ ସଂକଟକୁ ବଳିଯିବ । ତେବେ ପାକିସ୍ତାନ ଏତେ ମାତ୍ରାରେ ଶରଣାର୍ଥୀଙ୍କୁ ଆଶ୍ରୟ ପ୍ରଦାନ କରିବାରେ ସମର୍ଥ ହେବ ନାହିଁ । ତେଣୁ ଏହାକୁ ନେଇ ଦୁଇ ଦେଶ ଭିତରେ ଯୁଦ୍ଧ ଲାଗିଯାଇପାରେ। ଅନ୍ୟ ପଟରେ, ଇମ୍ରାନଙ୍କ ଏଭଳି ବୟାନ ଉପରେ ପ୍ରତିକ୍ରିୟା ଦେବାକୁ ଭାରତ ମନା କରିଦେଇଛି । ଭାରତର ବିଦେଶ ମନ୍ତ୍ରଣାଳୟ କହିଛି ଯେ ତାଙ୍କର ପ୍ରତ୍ୟେକ ବୟାନ ଉପରେ ଭାରତ ପ୍ରତିକ୍ରିୟା ଦେବା ଜରୁରୀ ନୁହେଁ । ସେ ଅନେକ ସମୟରେ ଅନାବଶ୍ୟକ ଭାବେ ଏପରି ବୟାନ ଦେଉଛନ୍ତି । ସେ ଭାରତ ଉପରେ ଧ୍ୟାନ ନ ଦେଇ ନିଜ ଦେଶର ସଂଖ୍ୟାଲଘୁଙ୍କ ସ୍ଥିତି ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ଦରକାର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ