ବିପ୍ଳବୀ ନେତାଜୀ : ସଶସ୍ତ୍ର ମୁକ୍ତି ସଂଗ୍ରାମର କର୍ଣ୍ଣଧାର

ସୁଭାଷ ବୋଷଙ୍କର ଓଡ଼ିଶା ପ୍ରତି ଥିବା ସ୍ନେହ, ମାୟା ଓ ମମତାର କେତୋଟି ଉଦାହରଣ

ପ୍ରଦୀପ ସେନାପତି

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ନିଳମଣି ରାଉତରାୟ ତାଙ୍କ ଆତ୍ମଜୀବନୀ “ସ୍ମୃତି ଓ ଅନୁଭୂତି”ରେ ଲେଖିଛନ୍ତି ସେ କଟକ ରେଭେନ୍ସା କଲେଜରୁ ବିତାଡ଼ିତ ହୋଇ କଲିକତାରେ ବି.ଏ. ପଢୁଥିବାବେଳେ ନେତାଜୀ ସୁଭାଷଙ୍କୁ ଦେଖା କରିଥିଲେ । ସେ ନିଳମଣି ବାବୁଙ୍କୁ ଅତି ଆଦର କରି ତାଙ୍କ ସହ ଓଡ଼ିଆରେ କଥାବାର୍ତ୍ତା କରି କଟକର ରାସ୍ତାଘାଟ, ଗଳିକନ୍ଦି, କଲିଜିଏଟ୍ ସ୍କୁଲ୍ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବିଷୟରେ ପଚାରି ବୁଝିଥିଲେ । ସେ ମଧ୍ୟ ଫରୱାର୍ଡ ବ୍ଲକର ଦାୟୀତ୍ୱ ଓଡ଼ିଶାରେ କାହାକୁ ଦେଇହେବ ବୋଲି ପଚାରିବାରୁ ନିଳମଣି ବାବୁ ତାଙ୍କୁ ମାଳତୀ ଚୌଧୁରୀଙ୍କ ନାମ ପ୍ରସ୍ତାବ ଦେଇଥିଲେ । ନିଳମଣି ବାବୁ ଭାବବିହ୍ୱଳ ହୋଇ ଲେଖିଛନ୍ତି – “ସୁଭାଷ ବୋଷଙ୍କ ସହିତ ଓଡ଼ିଆରେ କଥାବାର୍ତ୍ତା ହେଲାବେଳେ ମୋ ମନରେ ଏକରକମ ଶିହରଣ ସୃଷ୍ଟି ହୋଇଥିଲା । ସେତେବେଳେ ସୁଭାଷ ବାବୁ ଜାତୀୟ ଆନ୍ଦୋଳନ କ୍ଷେତ୍ରରେ ଯୁବଶକ୍ତିର ଜଣେ ଦୃପ୍ତ ପ୍ରତୀକ ରୂପେ ଚାରିଆଡ଼େ ଚହଳ ସୃଷ୍ଟି କରି ପାରିଥିଲେ ।
ନେତାଜୀ ଜୟନ୍ତୀ ସଭାରେ ଐତିହାସିକ ଓ ଶିକ୍ଷାବିତ୍ ଡକ୍ଟର ମନ୍ମଥନାଥ ଦାସ ନିଜର ସ୍ମୃତିଚାରଣ କରି କହିଥିଲେ – ସେ ଥରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କ ସହ କାର୍‌ରେ ଯାଉଥିବା ବେଳେ ପ୍ରଶ୍ନ କଲେ, “ସାର୍‌, ଆପଣ ଲଣ୍ଡନରେ ଥିବାବେଳେ ଆପଣଙ୍କର ସବୁଠାରୁ ଭଲବନ୍ଧୁ କିଏ ଥିଲେ ?”
ଡକ୍ଟର ପରିଜା କହିଲେ ଯେ, ପରିଜା କଟକରୁ ଆସିଛନ୍ତି ବୋଲି ଲଣ୍ଡନରେ ପଢୁଥିବା ସୁଭାଷ ବୋଷ ଜାଣିବା ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ଏପରି ବଢ଼ିଗଲା ଯେ, ସପ୍ତାହରେ ଥରେ ଦୁଇଥର ସାକ୍ଷାତ ନହେଲେ ଉଭୟଙ୍କୁ ଭଲ ଲାଗୁନଥିଲା । ସେମାନେ ଜାତୀୟ ଓ ଆନ୍ତର୍ଜାତୀୟ ବିଷୟ ଆଲୋଚନା କରୁଥିବାବେଳେ ବି କଟକର ରାସ୍ତାଘାଟ, କେଉଁ ଉଠାଦୋକାନୀ, କେଉଁ ଗୁମୁଟି ଦୋକାନୀ, କେଉଁ ନେତା, କେଉଁ ଶିକ୍ଷାବିତ୍ ବିଷୟରେ ଆଲୋଚନା କରୁଥିଲେ । ଏପରିକି ପରିଜା ସାହେବ କଟକ ଚାଲିଆସିବା ପରେ ବହୁଦିନ ଧରି ସୁଭାଷ ଲଣ୍ଡନରୁ ତାଙ୍କୁ ଚିଠି ଲେଖି କଟକ ସହରର ବିଭିନ୍ନ ଖବର ରଖୁଥିଲେ । ଡକ୍ଟର ଦାସ ଯେତେବେଳେ ପଚାରିଲେ ସୁଭାଷଙ୍କର ସେ ଚିଠି ଆପଣଙ୍କ ପାଖରେ ଅଛି କି ? ଡକ୍ଟର ପରିଜା ଦୁଃଖ କରି କହିଲେ – “ମୁଁ କ’ଣ ସେତେବେଳେ ଜାଣିଥିଲି ସୁଭାଷବୋଷ ଦିନେ ଏତେ ବିରାଟ ବ୍ୟକ୍ତିତ୍ୱ ହେବେ – ମୁଁ ଚିଠି ପଢ଼ି ସାଙ୍ଗେ ସାଙ୍ଗେ ଚିରି ଫୋପାଡ଼ି ଦେଇଛି ।”
ସୁଭାଷ ବୋଷଙ୍କର ଓଡ଼ିଶା ପ୍ରତି ଗଭୀର ମାୟା ମମତାର ଏହା ହେଉଛି କେତୋଟି ଉଦାହରଣ ମାତ୍ର । ଓଡ଼ିଆ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜାଙ୍କ ସାହଚର୍ଯ୍ୟାରେ ଆସିଥିଲେ ଏବଂ ତାଙ୍କ ସହିତ ବନ୍ଧୁତା ସ୍ଥାପନ କରି ଭାରତର ସ୍ୱାଧୀନତା ଓ ପ୍ରଗତି ସମ୍ବନ୍ଧରେ ଆଳାପ, ଆଲୋଚନା କରୁଥିଲେ ।
୧୯୨୧ ମସିହା ଜୁନ୍ ୧୬ ତାରିଖ ଦିନ ସୁଭାଷ ବୋଷ ଇଂଲଣ୍ଡ ଛାଡ଼ି ବମ୍ବେରେ ପହଞ୍ôଚôଲେ । ସେଦିନ ଅପରାହ୍ନରେ ଜାତିରପିତା ମହାତ୍ମାଗାନ୍ଧୀଙ୍କୁ ସାକ୍ଷାତ କରି ଭାରତର ମୁକ୍ତି ସଂଗ୍ରାମର ସମ୍ବନ୍ଧରେ ଆଲୋଚନା କଲେ । କଲିକତାକୁ ଆସି ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କୁ ସାକ୍ଷାତ କରି ନିଜର ଆଦର୍ଶ ଭାରତମାତାର ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ଚାହୁଁଛନ୍ତି ବୋଲି ନିଜ ମନକଥା ପ୍ରକାଶ କଲେ । ଦେଶବନ୍ଧୁ ଚିତ୍ତରଂଜନ ସୁଭାଷଙ୍କୁ ଖୁବ ଶ୍ରଦ୍ଧା କରୁଥିଲେ ଓ ତାଙ୍କ ମଧ୍ୟରେ ଏକ ଉଚ୍ଚକୋଟୀର ଦେଶପ୍ରେମ ରହିଛି ବୋଲି ଦେଶବନ୍ଧୁ ଅନୁଭବ କଲେ । ଜାତୀୟ ସ୍ୱାଧୀନତା ସଂଗ୍ରାମର ବହୁବିଧ ଗଠନମୂଳକ କାର୍ଯ୍ୟର ଦାୟୀତ୍ୱ ତାଙ୍କୁ ଦେଲେ । ସୁଭାଷବୋଷଙ୍କ ସଂଗ୍ରାମୀ ଜୀବନକୁ ପ୍ରେରଣା ଓ ଅଦ୍ଭୂତପୂର୍ବ ଦିଗ୍‌ଦର୍ଶନ ଯୋଗାଇଲେ ଦେଶବନ୍ଧୁ ଚିତ୍ତରଂଜନ ଦାସ । ଦେଶବନ୍ଧୁ ସୁଭାଷଙ୍କୁ କଲାକତାରେ ନୂଆକରି ଆରମ୍ଭ ହୋଇଥିବା ନ୍ୟାସନାଲ କଲେଜର ଅଧ୍ୟକ୍ଷ ଦାୟୀତ୍ୱ ଦେଲେ । ତା’ ସହିତ ବଙ୍ଗ ପ୍ରାଦେଶିକ କଂଗ୍ରେସ କମିଟିର ପ୍ରଚାର କାର୍ଯ୍ୟ ଓ ଜାତୀୟ ସ୍ୱେଚ୍ଛାସେବୀ ବାହିନୀର ଦାୟୀତ୍ୱରେ ରଖିଲେ । ଏହି ସମୟରେ ସୁଭାଷବୋଷ ତାଙ୍କ ଅପୂର୍ବ ଦକ୍ଷତା ଓ ନିଷ୍ଠା ପ୍ରଦର୍ଶନ କରି, ଯୁବଗୋଷ୍ଠୀ ମଧ୍ୟରେ ବ୍ରିଟଶ ବିରୋଧୀ ଉଗ୍ର ଜାତୀୟତା ବୋଧର ନବଜାଗରଣ ସୃଷ୍ଟି କରି ପାରିଥିଲେ । ଯାହା ଫଳରେ ୧୯୩୮ ମସିହାରେ ହରିପୁର କଂଗ୍ରେସ ଅଧିବେଶନରେ ସୁଭାଷ ବୋଷ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବରେ ନିର୍ବାଚିତ ହେଲେ । ଜାତୀୟ ମୁକ୍ତି ଆନ୍ଦୋଳନର ଏହି ଘଡ଼ିସନ୍ଧି ବେଳେ ଗାନ୍ଧିଜୀ ଓ ନେତାଜୀ, ଏହି ତୁଙ୍ଗ ନେତାଦ୍ୱୟଙ୍କ ମଧ୍ୟରେ ଆଦର୍ଶଗତ ଦ୍ୱନ୍ଦ୍ୱ ଦେଖାଦେଲା । ଗାନ୍ଧିଜୀଙ୍କ ଆଦର୍ଶ ଥିଲା ଅହିଂସା ସତ୍ୟାଗ୍ରହ, ନେତାଜୀ ଚାହୁଁଥିଲେ ସାଲିସବିହୀନ ସଂଗ୍ରାମ ଓ ଭାରତକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇଁ ବ୍ରିଟିଶ ଶାସକଙ୍କୁ ଚରମ ପତ୍ର ଦେବା । ୧୯୩୯ ମସିହାରେ ଗାନ୍ଧିଜୀଙ୍କ ବିରୋଧ ସତ୍ତ୍ୱେ ତ୍ରିପୁରା ଅଧିବେଶନରେ ସୁଭାଷବୋଷ ଦ୍ୱିତୀୟଥର ଜାତୀୟ କଂଗ୍ରେସର ସଭାପତି ହେଲେ । କିନ୍ତୁ ଚରମପନ୍ଥୀ ଗାନ୍ଧିବାଦୀ କଂଗ୍ରେସର ତୁଙ୍ଗ ନେତାଙ୍କ ବିରୋଧ ଫଳରେ ସୁଭାଷବୋଷ ଜାତୀୟ କଂଗ୍ରେସ ସଭାପତି ପଦ ତ୍ୟାଗ କରି କଂଗ୍ରେସ ମଧ୍ୟରେ ରହି ଗଠନ କଲେ – “ଫରୱାର୍ଡ଼ ବ୍ଲକ” । ବ୍ରିଟିଶ ଶାସକମାନେ ପ୍ରମାଦ ଗଣିଲେ ଓ ତାଙ୍କୁ ଜେଲ ପଠାଇ ଦେଲେ । ସୁଭାଷଙ୍କ ହୃଦୟରେ ବିଦ୍ରୋହର ନିଆଁ ଜଳିଲା । ସେ ସ୍ଥିର କଲେ ଯେ, ବ୍ରିଟିଶ ମାନଙ୍କ ସାମ୍ରାଜ୍ୟବାଦୀ ଚିନ୍ତାକୁ ଧ୍ୱଂସ କରିବାକୁ ହେଲେ ସଶସ୍ତ୍ର ସଂଗ୍ରାମ ହିଁ ଏକମାତ୍ର ପନ୍ଥା । ସେତେବେଳେ ଦ୍ୱିତୀୟ ମହାସମର ଆରମ୍ଭ ହୋଇଗଲାଣି । ଜର୍ମାନୀ, ଜାପାନ ଓ ଇଟାଲି ମିତ୍ରଶକ୍ତି, ଇଉରୋପ ଓ ପୁର୍ବ ଏସିଆର ବ୍ରିଟିଶ ସାମ୍ରାଜ୍ୟବାଦକୁ କୁଠାରଘାତ କରିବାକୁ ଆରମ୍ଭ କଲେଣି । ସୁଭାଷ ଚାହିଁଲେ ଏହି ମିତ୍ରଶକ୍ତିମାନଙ୍କ ସାହାଯ୍ୟରେ ବିଟିଶର ଅତ୍ୟାଚାର ଶାସନ ବିରୁଦ୍ଧରେ କିପରି ଯୁଦ୍ଧ ଘୋଷଣା କରି ଭାରତକୁ ସ୍ୱାଧୀନ କରିବେ । ତେଣୁ ସେ ୧୯୪୧ ମସିହା, ଜାନୁଆରୀ ୧୭ ତାରିଖରେ ବ୍ରିଟିଶ ଶାସନର ନଜରବନ୍ଦୀ ଥିବା ଅବସ୍ଥାରେ ଅନ୍ତର୍ଦ୍ଧାନ ହୋଇଗଳେ ମୌଲବୀ ବେଶରେ । ଭାରତଛାଡ଼ି ଆଫଗାନିସ୍ଥାନର କାବୁଲ, କାନ୍ଦାହାର ଦେଇ କୌଶଳକ୍ରମେ ପହଞ୍ôଚଲେ ଜର୍ମାନୀରେ । ଜର୍ମାନୀର ଚାନ୍‌ସେଲର ହିଟଲରଙ୍କ ସହ ସାକ୍ଷାତ କଲେ ୧୯୪୧ ମାର୍ଚ୍ଚ ୨୯ ତାରିଖରେ । ବର୍ଲିନରେ ରହି, ଭାରତୀୟ ସୈନ୍ୟମାନଙ୍କୁ ନେଇ ଗଠନ କଲେ ‘ଭାରତୀୟ ମୁକ୍ତି ବାହିନୀ’ । ସେତେବେଳେ ସୁଭାଷବୋଷଙ୍କ ଆଜାଦ ହିନ୍ଦ ରେଡ଼ିଓରୁ ଭାରତୀୟମାନଙ୍କ ପ୍ରତି ଉଦ୍‌ବୋଧନ ଭାରତର ସ୍ୱାଧୀନତା ସଂଗ୍ରାମୀମାନଙ୍କ ମନରେ ସୃଷ୍ଟିକଲା ନୂତନ ଉନ୍ମାଦନା । ଏକ ଉଗ୍ର ଜାତୀୟତାବାଦରେ, କାଶ୍ମିରରୁ କନ୍ୟାକୁମାରୀ ଯାଏଁ ମାନସିକ ସ୍ତରରେ ସ୍ୱାଧୀନତା ସଂଗ୍ରାମୀମାନେ ପ୍ରସ୍ତୁତ ହୋଇଗଲେ ଛଙ୍କସଗ୍ଧ ଓଦ୍ଭୟସବ ଗକ୍ଟଙ୍ଖରଜ୍ଞରଦ୍ଭଗ୍ଧ (ଭାରତ ଛାଡ଼ ଆନ୍ଦୋଳନ) ଆଡ଼କୁ । ଭାରତ ମୁକ୍ତି ସଂଗ୍ରାମକୁ ତିବ୍ରତର କରିବା ପାଇଁ ସୁଭାଷ ତତ୍କାଳୀନ ଜାପାନର ପ୍ରଧାନମନ୍ତ୍ରୀ ତୋଜଙ୍କ ସହ ସମ୍ପର୍କ ସ୍ଥାପନ କଲେ ଓ ୧୯୪୩ ଜୁନ୍ ୧୩ ତାରିଖରେ, ଟୋକିଓରେ ପହଞ୍ôଚଲେ । ସୁଭାଷଙ୍କ ବୋର୍ଲିନରୁ ଟୋକିଓ ଯାତ୍ରା ରୋମାଞ୍ଚକର ଥିଲା । ସୁଭାଷ ବୋଷଙ୍କ ଦୁଃସାହାସ ଓ ବୈପ୍ଳବିକ ମନୋଭାବ କଥା ଭାବିଲେ ବିସ୍ମିତ ହେବାକୁ ପଡ଼େ । ରାମକୃଷ୍ଣ ପରମହଂସ ଓ ସ୍ୱାମୀ ବିବେକାନନ୍ଦଙ୍କ ଆଧ୍ୟାତ୍ମିକ ଚିନ୍ତାଧାରାରେ ଅନୁପ୍ରାଣିତ ହେବା ସଙ୍ଗେ ସଙ୍ଗେ କଲିଜିଏଟ୍ ସ୍କୁଲର ପ୍ରଧାନଶିକ୍ଷକ ବେଣୀ ମାଧବଙ୍କର ସେଇ ପ୍ରଥମ ନୈତିକ ଶିକ୍ଷା ତାଙ୍କୁ ଦେଇଥିଲା ଆତ୍ôମବଳ । ସେ ମୂଲ୍ୟବୋଧ ଥିଲା, ‘ଦେଶମାତୃକା ପାଇଁ ଜୀବନତ୍ସର୍ଗ ହିଁ ଶ୍ରେଷ୍ଟ ମୂଲ୍ୟବୋଧ ।” ପଶୁବଳ କ୍ଷମତା, ଧନଲୋଭ ଓ ଐଶ୍ୱର୍ଯ୍ୟ ସୁଖ ଏସବୁ ଜୀବନରେ ତୁଚ୍ଛ । ଏହି ଜୀବନାଦର୍ଶ ସୁଭାଷ ବୋଷଙ୍କୁ ଦେଇଥିଲା ଅସୀମ ଆତ୍ମବଳ, ଆତ୍ମବିଶ୍ୱାସ, ଦୁଃସାହସିକତା ଓ ସାଲିସବିହୀନ ସଂଗ୍ରାମୀ ମନୋଭାବ । ୧୯୪୩ ମସିହା ଅକ୍ଟୋବର ୨୧ ତାରିଖରେ ସୁଭାଷବୋଷ ଜାପାନ ଶକ୍ତିର ସାହାଯ୍ୟରେ ସିଙ୍ଗାପୁରେ କଠନ କଲେ “ଆଜାଦ୍ ହିନ୍ଦ ଅସ୍ଥାୟୀ ସରକାର” । ଇଟାଲୀ, ଜର୍ମାନି ଓ ଜାପାନ ପ୍ରଭୃତି ନଅଟି ଦେଶ ଏହି ଆଜାଦ୍‌-ହିନ୍ଦ ସରକାରଙ୍କୁ କୂଟନୈତିକ ସ୍ୱୀକୃତି ଦେଲେ । ଭାରତର ସ୍ୱାଧୀନତା ଆନ୍ଦୋଳନରେ ଏହାଥିଲା ଏକ ଐତିହାସିକ, ବୀରତ୍ୱପୂର୍ଣ୍ଣ, ଚାଞ୍ଚଲ୍ୟକର ଘଟଣା । ଆଜାଦ-ହିନ୍ଦ-ଫୌଜ (ଓ.ଘ.ଇ.) ସୈନ୍ୟବାହିନୀରେ ଯୋଗଦେଲେ ଜାପାନ ଓ ତତ୍କାଳୀନ ବର୍ମାରେ ଥିବା ବନ୍ଦୀ ଭାରତୀୟ ସୈନ୍ୟ ଓ ପ୍ରବାସୀ ଭାରତୀୟମାନେ । ସେହି ସୈନ୍ୟମାନଙ୍କ ମଧ୍ୟରେ ଥିଲେ ହିନ୍ଦୁ, ଶିଖ, ମୁସଲମାନ ସମ୍ପ୍ରଦାୟର ଦେଶପ୍ରେମରେ ଉଦ୍‌ବୃଦ୍ଧ ଭାରତୀୟ । ବ୍ରିଟିଶ ସୈନ୍ୟମାନଙ୍କ ସହ ଆଜାଦ-ହିନ୍ଦ-ସୈନ୍ୟ ଓ ଜାପାନୀ ସୈନ୍ୟମାନଙ୍କର ଲୋମହର୍ଷଣକାରୀ ଯୁଦ୍ଧ ଚାଳିଲା ଦୀର୍ଘ ଛଅମାସ ଧରି । ୧୯୪୩ ମସିହା ଡିସେମ୍ବର ୩୦ ତାରିଖରେ ଭାରତର ପୂର୍ବସୀମାନ୍ତ ଆଣ୍ଡାମନ ନିକୋବର ଓ ପରେ ତତ୍କାଳୀନ ଆସାମର, ବର୍ତ୍ତମାନର ନାଗାଲାଣ୍ଡର କୋହିମା ଠାରେ ଜାତୀୟ ପତାକା ଉଡ଼ିଲା । ସେଦିନ ଭାରତୀୟମାନଙ୍କ ମନରେ କି ଆନନ୍ଦ, କି ଉଦ୍ଦୀପନା ଜାତ ହୋଇଥିଲା, ତାହା ଇତିହାସରେ ସ୍ୱର୍ଣର୍ାକ୍ଷରରେ ଲିପିବଦ୍ଧ ହୋଇ ରହିଛି ।
“ଦିଲ୍ଲୀ ଚଲୋ, ଦିଲ୍ଲୀ ଚଲୋ”
ରଣହୁଙ୍କାର ଓ ନେତାଜୀଙ୍କ ଉଦ୍‌ବୋଧନ “ତୁମ୍ଭେମାନେ ମୋତେ ରକ୍ତ ଦିଅ ମୁଁ ତୁମମାନଙ୍କୁ ସ୍ୱାଧୀନତା ଦେବି” ଏହି ବଜ୍ର ଘୋଷଣା ବିଲାତର ତତ୍କାଳୀନ ବ୍ରିଟିଶ ଶାସକମାନଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି କରିଥିଲା । ଭାରତରେ ବ୍ରିଟିଶ ସରକାରଙ୍କ ଅଧୀନରେ ଯୁଦ୍ଧରତ ଭାରତୀୟ ସୈନ୍ୟମାନଙ୍କ ମଧ୍ୟରେ ବିପ୍ଳବର ସ୍ୱର ଶୁଣାଗଲା ।
ଦେଶ ଭିତରେ ଅସହଯୋଗ ଆନ୍ଦୋଳନ, ଭାରତଛାଡ଼ ଆନ୍ଦୋନଳର ନିଆଁ ଜଳୁଥିବା ବେଳେ ପୂର୍ବ ସୀମାନ୍ତରେ ଆଜାଦ-ହିନ୍ଦ ବାହିନିର ‘ଦିଲ୍ଲୀ ଚଲୋ’ ରଣହୁଙ୍କାର ବ୍ରିଟିଶ ସାମ୍ରାଜ୍ୟବାଦ ପ୍ରାସାଦର ମୂଳଦୂଆକୁ ଯେ ଦୋହଲାଇ ଦେଇଥିଲା, ଏହାହିଁ ଐତିହାସିକ ସତ୍ୟ । ଶେଷରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ପାର୍ଲାମେଣ୍ଟ ଭାରତକୁ ସ୍ୱାଧୀନତା ଦେବାକୁ ବାଧ୍ୟ ହେଲେ । ତେଣୁ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ସାଫଲ୍ୟ ପଛରେ ନେତାଜୀଙ୍କ ଆଜାଦହିନ୍ଦ ଫୌଜର ଯୁଦ୍ଧ ଘୋଷଣା ଓ କୋହିମାଠାରେ ସ୍ୱାଧୀନ ଭାରତର ତ୍ରିରଙ୍ଗା ପତାକା ଉତ୍ତୋଳନ ମାନସିକ ସ୍ତରରେ ବ୍ରିଟିଶ ସାମ୍ରାଜ୍ୟ ବାଦର ଅହଙ୍କାରକୁ ଧ୍ୱଂସ କରି ଦେଇଥିଲା । ଏହା ନିଃସନ୍ଦେହରେ କୁହାଯାଇପାରେ । ୧୯୪୫ ଅଗଷ୍ଟ, ୬ ଓ ଅଗଷ୍ଟ ୯ ରେ ହିରୋସୀମା ଓ ନାଗାସାକି ଉପରେ ଆମେରିକା ଆଣବିକ ବୋମା ପକାଇ ଜାପାନକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା । ଫଳରେ ଆଜାଦ୍ ହିନ୍ଦ ଫୌଜ ଜାପାନର ଆତ୍ମସମର୍ପଣ ପରେ ଦୁର୍ବଳ ହୋଇଗଲା । ଆଜାଦହିନ୍ଦ ଫୌଜ ପରାଜିତ ହେଲେ ମଧ୍ୟ ସୁଭାଷବୋଷଙ୍କ ଦେଶପ୍ରେମ ଅମର ଓ ଚିରସ୍ମରଣୀୟ ହୋଇ ରହିଛି ଭାରତୀୟମାନଙ୍କ ହୃଦୟରେ । ଭାଗ୍ୟର ବିଡ଼ମ୍ବନା ସୁଭାଷ ବୋଷ ଜାପାନରୁ ଉଡ଼ାଜାହାଜରେ ଯାଉଥିବାବେଳେ ତାଇୱାନ ଠାରେ ଉଡ଼ାଜାହାଜ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ବୋଲି କୁହାଯାଏ । ତା ୨୩.୦୮.୧୯୪୫ ରିଖ ଦିନ ଟୋକିଓ ରେଡ଼ିଓରୁ ଜାପାନ ଘୋଷଣା କଲା ଯେ, ନେତାଜୀ ଉଡ଼ାଜାହାଜ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ଭାରତୀୟ ମାନେ ବିଶ୍ୱାସ କରିପାରିଲେ ନାହିଁ । ଏବେ ମଧ୍ୟ ନେତାଜୀ ବଞ୍ôଚଛନ୍ତି ବୋଲି କେତେକଙ୍କର ବିଶ୍ୱାସ । ୧୯୪୭, ଅଗଷ୍ଟ ୧୫ ତାରିଖ, ଭାରତର ସ୍ୱାଧୀନତା ଦେଖିବାକୁ ନେତାଜୀ ନଥିଲେ ମଧ୍ୟ ତାଙ୍କର ଅମର ଆତ୍ମା ସ୍ୱର୍ଗରେ ରହି, ଦେଶବାସୀଙ୍କୁ ସ୍ନେହ, ଶ୍ରଦ୍ଧା ଓ ଆବେଗ ଭରା ସ୍ୱରରେ କହୁଥିବେ” ମୋର ଆତ୍ମା, ଭାରତର ପାଣି, ପବନ ଓ ମାଟିରେ ରହିଛି ।” ବାସ୍ତବିକ ନେତାଜୀ ଆଜି ନାହାନ୍ତି ସତ, ମାତ୍ର ତାଙ୍କର ବାଣୀ, ତାଙ୍କ ଦେଶ୍ରପମେର ଅଗ୍ନି ଏବେବି ପ୍ରତ୍ୟେକ ଭାରତୀୟ ହୃଦୟରେ ପ୍ରଜ୍ୱଳିତ । ପ୍ରତ୍ୟେକ ତରୁଣ ଭାରତୀୟମାନଙ୍କ ହୃଦୟରେ ତାଙ୍କଦ୍ୱାରା ଲିଖିତ “ତରୁଣର ସ୍ୱପ୍ନ”ର ଜ୍ୱାଳାମୁଖୀ ଆହ୍ୱାନ ଏବେବି ପ୍ରତିଧ୍ୱନିତ ହେଉଛି । ଆଜି ଏହି ମହାନ ମହାପୁରୁଷଙ୍କ ଜୟନ୍ତୀ ଅବସରରେ ମୋର ଗଭୀର ହୃଦୟତାର ସହିତ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ପ୍ରଣୀପାତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଅଛି । “ଜୟହିନ୍ଦ”
ମେରା ଭାରତ ମହାନ୍‌, ବନ୍ଦେ ଭାରତ ମାତା କି ଜୟ, ଲେଖକ ଜଣେ, କଠୋର ପନ୍ଥୀ ଦେଶଭକ୍ତ ତଥା – ରାଜ୍ୟ ସଭାପତି, ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନ, ଜାତୀୟ ସ୍ତରର ସାମ୍ବାଦିକ, ଇଣ୍ଡିଆନ ନିୟୁଜ ସାଇଟ, ଆନ୍ତର୍ଜାତୀୟ ସ୍ତମ୍ଭକାର, ସାମନ୍ତରାପୁର, ପୁରୁଣା ଭୁବନେଶ୍ୱର – ୨, ଜିଲ୍ଲା – ଖୋର୍ଦ୍ଧା
ମୋ – ୭୮୪୮୮୯୮୪୫୬

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ