ବଦଳିଯାଉଥିବା ବନ୍ଧୁ

ଦିପ୍ତିମୟୀ ନାୟକ

ସମ୍ପର୍କ ଯେତେବେଳେ ଗଢ଼ା ଯାଏ ସେତେବେଳେ କେତେ ମିଠା ଅନୁଭୂତି ମନକୁ ଆସିଥାଏ | କେତେବେଳେ କିଏ ନିଜ ନିଜ ସମ୍ପର୍କକୁ ନୂଆ ପରିଚୟ ଦେଉଥାନ୍ତି ତ ଆଉ କେତେବେଳେ କିଏ ନିଜ ସମ୍ପର୍କରେ ପୂର୍ଣଚ୍ଛେଦ ପକେଇ ନିଜ ସମ୍ପର୍କକୁ ବଦଳେଇ ଦେଇଥାନ୍ତି | ଯେଉଁ ସମ୍ପର୍କ ଏ ଦୁନିଆର ଶ୍ରେଷ୍ଠ ସମ୍ପର୍କ ଥାଏ ସେଠି କେମିତି ନା କେମିତି ଏକ ନୀଚ୍ଚ ସମ୍ପର୍କ ରଖିଲାଭଳି ଲାଗିଥାଏ |
ତେବେ ନିଜ ମନକୁ ଏତେ ଛୋଟ କରିବା ଛାଡ଼ନ୍ତୁ | ପ୍ରତ୍ୟେକ ସମ୍ପର୍କରେ ବନ୍ଧାଥିବା ସମ୍ପର୍କରେ କିଛି ନା କିଛି ଲୋକଙ୍କ କଥା ଭାବନ୍ତୁ | ଆପଣ ଜାଣିପାରିବେ ଏମାନେ ଆଗରୁ କିପରି ଥିଲେ ଆଉ ବର୍ତ୍ତମାନ କେମିତି | ପ୍ରତ୍ୟେକ ସମ୍ପର୍କରେ ସ୍ନେହ, ପ୍ରେମ ଛଡା ଯଦି ଟିକେ ସମ୍ମାନ ଥାଏ ତେବେ ସେମାନଙ୍କୁ ନେଇ ଆମ ମନରେ କିଛି ନା କିଛି ସୁମଧୁର ସ୍ମୃତି ଆମକୁ ସେମାନଙ୍କ ପାଖକୁ ଟାଣି ନେଇଯାଏ | ହେଲେ ବର୍ତ୍ତମାନ ସ୍ଥିତିରେ ସୋସିଆଲ ମିଡିଆରେ ବନ୍ଧୁ ପ୍ରବଳ ତେଣୁ ଏମାନେ କେବଳ ସୋସିଆଲ ମିଡିଆରେ ଗପୁଥିବା ବନ୍ଧୁ ମାନଙ୍କୁ ସମୟ ଦିଅନ୍ତି ଆଉ ପ୍ରକୃତ ବନ୍ଧୁଙ୍କୁ ବ୍ୟସ୍ତ ରହିବାର ବାହାନା କରନ୍ତି | ଯଦି ବ୍ୟସ୍ତତା ଭିତରେ ସତରେ ବାହାନା ରୁହନ୍ତା ତେବେ ଏ ସମ୍ପର୍କ ଆଜି ତୁଚ୍ଛ ସମ୍ପର୍କ ଲାଗନ୍ତାନି | କିନ୍ତୁ ବ୍ୟସ୍ତତା ବାହାନା ନେଇ ନିଜ ବନ୍ଧୁଙ୍କୁ ଯେଉଁମାନେ ଦୂରେଇ ଦେଇ ଅନ୍ୟମାନଙ୍କ ସହ ବ୍ୟସ୍ତ ରୁହନ୍ତି ଆଉ ସେମାନଙ୍କ ସମସ୍ୟା ବେଳେ ଆମକୁ କେବଳ ମନେ ପକାନ୍ତି | ତାଙ୍କୁ କିପରି ବନ୍ଧୁ କହିବା | ଯଦି କୌଣସି ସମ୍ପର୍କ ସଚୋଟ ରହୁନି ତେବେ ସେ ମିଛ ସମ୍ପର୍କ ଆଉ ମିଛୁଆ ସାଙ୍ଗସାଥିଙ୍କ ସହ ଅଢେଇ ଦିନ କଥା ହୋଇ ଆମେ କଣ ପାଇବା |
ଯଦି କୌଣସି ସମ୍ପର୍କ ବଦଳି ଯାଉଛି ତେବେ ସେମାନଙ୍କୁ ମଧ୍ୟ ବଦଳି ଯିବାକୁ ସୁଯୋଗ ଦିଅନ୍ତୁ କାହା ବିନା କଥା ନହେଲେ ମନକୁ ଯଦି ଆଘାତ ଲାଗୁଛି ତେବେ ଆପଣ ନିଜ ନିଜକୁ ସମୟ ଦିଅନ୍ତୁ ଏବଂ ଆପଣଙ୍କୁ ଯେଉଁମାନେ ଗୁରୁତ୍ୱ ଦିଅନ୍ତି ଆପଣ ମଧ୍ୟ ସେହିମାନଙ୍କୁ ଗୁରୁତ୍ୱ ଦିଅନ୍ତୁ | କିନ୍ତୁ ହଁ ମିଛ ସମ୍ପର୍କ ଠାରୁ ଦୂରେଇ ରୁହନ୍ତୁ | ଯେଉଁ ସମ୍ପର୍କରେ ସମ୍ମାନ ନଥାଏ ସେ ସମ୍ପର୍କ ଠାରୁ ଦୂରେଇ ରୁହନ୍ତୁ | ଆଜିକାଲି ଦୁନିଆରେ ଗୋଟେ ସମ୍ପର୍କ ଯଦି ଠିକରେ ଗଢିବାକୁ ପଡେ ତେବେ ସେ ସମ୍ପର୍କ ସଠିକ ଭାବରେ ଗଢି ହୁଏନି | ଯଦି ଜଣେ ଜଣକୁ ଗୁରୁତ୍ୱ ଦିଏ ସେଠି କେମିତି ନା କେମିତି ଆଉ ଜଣେ ତାକୁ ଅଣଦେଖା କରିବାକୁ ଲାଗେ | ଯଦି ଅଣଦେଖା ସମ୍ପର୍କରେ କଷ୍ଟ ମିଳୁଛି ତେବେ ସେ କଷ୍ଟକୁ ଭୁଲି ନିଜ ଖୁସି ଉପରେ ଧ୍ୟାନ ଦେଇ ଅନ୍ୟର ଖୁସି ଦେଖିବା ବି ନିହାତି ଜରୁରୀ | ଆଉ ସେ ଅଣଦେଖା ସମ୍ପର୍କ ଅଣଦେଖା କରିବା ଦରକାର |
ତେବେ ଅନେକ ସମୟରେ ଆମେମାନେ ଆମ ପରିବାର ଏବଂ ସମ୍ପର୍କୀୟ ମାନଙ୍କୁ ଯେଉଁ ସବୁ କଥା ଖୋଲାଖୋଲି କହିପାରିନଥାଉ ସେହି ସବୁ କଥା ଆମେମାନେ ଆମ ସାଙ୍ଗମାନଙ୍କ ଆଗରେ ଖୋଲାଖୋଲି ଭାବରେ କହିଥାଉ | ଯଦି ସମୟ କ୍ରମରେ ସାଙ୍ଗ ବଦଳି ଯାଏ ଆଉ ସାଙ୍ଗ ମନରେ ଆମ ପାଇଁ ଟିକକ ଭଲପାଇବା ନଥାଏ ସେତେବେଳେ କାହିଁକି କେଜାଣି ଏ ଆଖିର ଲୁହ ସେମାନଙ୍କୁ ପ୍ରତି ମୁହୂର୍ତ୍ତରେ ଝୁରି ହେଉଥାଏ | ହେଲେ ଏ ମିଛୁଆ ବନ୍ଧୁମାନେ କେମିତି ଜାଣିବେ ସମ୍ପର୍କ କାହାକୁ କୁହନ୍ତି | ଆଉ ଏହି ଅଢେଇ ଦିନର ବନ୍ଧୁତା କରି ସେମାନେ କଣ ଲାଭ ପାଆନ୍ତି | ଯଦି ବନ୍ଧୁତାରେ ଅଭିମାନ ଥାଏ ତେବେ ବାହାନା ନଥାଏ | ଯଦି କେବେ ସାଙ୍ଗ ସାଙ୍ଗ ମଧ୍ୟରେ ଝଗଡା ହୁଏ ତେବେ ଦୂରେଇ ଯିବାର କୌଣସି କାରଣ ନଥାଏ | ଆଉ ଯଦି କୌଣସି ସାଙ୍ଗଙ୍କ ମଧ୍ୟରେ କେବେ ଭୁଲ ବୁଝାମଣା ହୋଇଥାଏ ତେବେ ଏହି ଭୁଲ ବୁଝାମଣାକୁ ନେଇ ସମ୍ପର୍କ ଭାଙ୍ଗିବାର କିଛି ମାନେ ନଥାଏ |
ହେଲେ ଏମାନଙ୍କୁ ନୂଆ ଚେହେରା ସହ ନୂଆ ବନ୍ଧୁ ଦରକାର | ପ୍ରକୃତ ବନ୍ଧୁ ନୁହେଁ ମିଛୁଆ ବନ୍ଧୁ ଦରକାର | ଭଲ ବନ୍ଧୁଙ୍କୁ କନ୍ଦେଇ ମିଛୁଆ ବନ୍ଧୁଙ୍କୁ ହସେଇବା ଦରକାର | ବ୍ୟସ୍ତ ନଥାଇ ବ୍ୟସ୍ତତାର ଗୋଟେ ବାହାନା ଦରକାର | ନିଜ ଆବଶ୍ୟକତା ବେଳେ ବନ୍ଧୁ ବୋଲି କହିବା ଦରକାର | ତେବେ ଆପଣ ଭାବୁଥିବେ ଆମ ବନ୍ଧୁ ଯଦି ସେମିତି ଥିବ ଆମେ କେମିତି ଜାଣିବା | ସେ ସତରେ ଆମ ସାଙ୍ଗ ନା ସେ ଗୋଟେ ମିଛୁଆ ସାଙ୍ଗ | ତେବେ ହଁ ଭଲ ବନ୍ଧୁଙ୍କୁ ପରଖିବା କିଛି ଦରକାର ନାହିଁ କାରଣ ଏମାନେ ଯାହାକୁ ଥରେ ସାଙ୍ଗ କୁହନ୍ତି ସାଙ୍ଗ ପାଇଁ ଜୀବନ ବି ଦେବାକୁ ପଛେଇବେନି କିନ୍ତୁ ମିଛୁଆ ବନ୍ଧୁ କେବେ ନା କେବେ ଜୀବନ ନେଲାଭଳି ଏମିତି କିଛି କାର୍ଯ୍ୟ କରିବ ଯାହା ଦ୍ୱାରା ଏ ହୃଦୟ ମଧ୍ୟ ଅନେକ ଆଘାତ ପାଇବ ନିଜ ବିଶ୍ୱାସ ମଧ୍ୟ ନିଜକୁ ଧୋକା ଦେଇଦେବ | ତେବେ ବଦଳି ଯାଉଥିବା ବନ୍ଧୁଙ୍କ ପାଖରୁ ଦୂରେଇଯାଇ ନିଜ ପ୍ରକୃତ ବନ୍ଧୁ ସହ ହସ ଖୁସି ବାଣ୍ଟନ୍ତୁ | ଆଉ ଏମାନଙ୍କ ସହ ସାରା ଜୀବନ ସାଥିରେ ରୁହନ୍ତୁ | କାହିଁକି ନା ଏ ଦୁନିଆରେ ଗୋଟେ ପ୍ରକୃତ ବନ୍ଧୁ ପାଇବା ବହୁତ ମୁସ୍କିଲ | ଗୋଟେ ପ୍ରକୃତ ବନ୍ଧୁ ଆମ ଆଖିର ଲୁହକୁ କାନ୍ଧରେ ଜାବୁଡି ଧରି ପୋଛିପାରେ | ନିଜ ମନର କଥାକୁ ପଢିପାରେ କାହିଁକି ନା ସେ ଜାଣିଥାଏ ଜଣେ କାନ୍ଦିଲେ ତାକୁ କିଭଳି ମନିଆ ଯାଇପାରେ | ତେବେ ବନ୍ଧୁତା କରନ୍ତୁ ବଦଳି ଯାଉଥିବା ବନ୍ଧୁଙ୍କ ଠାରୁ ସବୁବେଳେ ଦୂରେଇ ରୁହନ୍ତୁ | କାରଣ ଏମାନେ ଆଖିରେ ଲୁହ ଦେଇପାରିବେ କିନ୍ତୁ ତୁମ ଆଖି ଲୁହର କାରଣ କେବେ ଜାଣିବେନି | କିନ୍ତୁ ପ୍ରକୃତବନ୍ଧୁ ବନ୍ଧୁ ମନକଥା ଜାଣେ ଆଉ ନିଜ ବନ୍ଧୁର ପ୍ରତ୍ୟେକଟି ଏକୁଟିଆପଣକୁ ଦୂରେଇ ଦେଇ ସବୁବେଳେ ତା ପାଖେ ପାଖେ ରହିଥାଏ |

ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ
ଅନ୍ଧାରୁଆ, ଭୁବନେଶ୍ୱର
9090661586

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ