ବିଜେପି ରାଜ୍ୟ ଗଣମାଧ୍ୟମ ପ୍ରବକ୍ତା ଭାବେ ମନୋନୀତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସ୍ତମ୍ଭକାର, ସାମ୍ବାଦିକ ତଥା ସମାଜସେବୀ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ରଥ ରାଜ୍ୟ ବିଜେପି ଗଣମାଧ୍ୟମର ପ୍ରବକ୍ତା ଭାବେ ମନୋନୀତ ହୋଇଛନ୍ତି । ଏଥିନିମନ୍ତେ ଶ୍ରୀ ରଥ ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ, ସଂଗଠନ ମନ୍ତ୍ରୀ ଶ୍ରୀଯୁକ୍ତ ମାନସ ମହାନ୍ତି, ସାଧାରଣ ସମ୍ପାଦକ ସାରଦା ଶତପଥି ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ରଥଙ୍କୁ ଏହି ଦାୟିତ୍ୱ ମିିଳିଥିବାରୁ ସେ ରାଜ୍ୟ ନାଗରିକ ସମାଜ, ସ୍ୱେଚ୍ଛାସେବୀ ସଂଗଠନ ସପୋର୍ଟ, ହ୍ୟୁମାନିଟି, ଲାଇଫ୍ ଷ୍ଟାଇଲ ଫାଉଣ୍ଡେସନ, ଜାତୀୟ ଯୁବ ପ୍ରକଳ୍ପ, ମିଶନ ରକ୍ତଦାନ ତଫରୁ ଶ୍ରୀ ରଥଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାଛଡ଼ା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ମହିଳା ସଂଗଠନ, ଯୁବ ଗୋଷ୍ଠୀ, କୃଷକ ସଂଗଠନ ତରଫରୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ