ଜୟ ଜଗନ୍ନାଥ ଯୁବକ ସଙ୍ଗ ତରଫରୁ ମେଗା ରକ୍ତଦାନ ଶିବିର

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଗୋଷାଣୀନୂଆଁଗାଁ କାଳୁଆ ମନ୍ଦିର ଠାରେ ଯୁବ ନେତା ତଥା କର୍ପୋରେଟର ଶ୍ରୀ ଧିରେଶ ସାବତ ଙ୍କ ନେର୍ତ୍ତୁତ ରେ ଜୟ ଜଗନ୍ନାଥ ଯୁବକ ସଙ୍ଗ ତରଫରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ। ୫୦୭ ୟୁନିଟ ରକ୍ତ ସଂଗ୍ରହ କରି ନୂତନ ରେକର୍ଡ ସୃଷ୍ଟି କରିଛନ୍ତି।ଏହି ଶିବିର ରେ ମୁଖ୍ୟା ଅତିଥି ଭାବେ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚାୟୁ ପଟ୍ଟନାୟକ ପଟ୍ଟନାୟକ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ବ୍ରହ୍ମପୁର ଡେପୁଟି ମେୟର ବିବେକ ରେଡ୍ଡୀ ଓ କର୍ପୋରେଟର ନିଳକଣ୍ଠ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଜିନେଶ, ସୁମନ୍ତ, ରାକେଶ, ଦିଲୀପ, ବିକ୍ରମ, ନରସିଂହ, ଆଶୁତୋଷ, ସଞ୍ଜୟ, ଇରଫାନ୍, ଅବିନାଶ, ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ