ଗାଙ୍ଗପୁର ପଂଚାୟତର ବିଭିନ୍ନ ଗ୍ରାମରେ ଭିଭିପାଟ୍ ସଚେତନତା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଗକୁ ସାଧରଣ ନିର୍ବାଚନ ଆସୁଥିବା ବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଂଚାୟତର ବିଭିନ୍ନ ଗ୍ରାମରେ ଭୋଟରଙ୍କୁ ଭିଭିପାଟ୍ ସମ୍ପର୍କରେ ସଚେତନ କରାଯାଇଛି I ଆଜି ପଂଚାୟତର ବୋରୀ, କୁମୁଣ୍ଡି,ବିଞ୍ଝଗିରି,ଗୋପନଗର ଆଦି ଗ୍ରାମରେ ଭୋଟରଙ୍କୁ ଭିଭିପାଟ୍ ର ବ୍ୟବହାର ଏବଂ ଭୋଟ୍ ଦାନ ସମ୍ପର୍କରେ ସଚେତନ କରାଯାଇଥିଲା I ବିଶେଷ କରି ଗ୍ରାମର ବରିଷ୍ଠ ନାଗରିକ ଏବଂ ନୂତନ ଭୋଟରଙ୍କୁ ଭିଭିପାଟ୍ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଥିଲା I ଏହି ସଚେତନତା କାର୍ଯ୍ୟକ୍ରମରେ ସେକ୍ଟର୍ ଅଧିକାରୀ ମୋହନ ସେଠୀ, ବିଲ୍ଓ ସୁପରଭାଇଜର୍ ବାଳକୃଷ୍ଣ ସାବତ, ଭିଭିପାଟ୍ ପ୍ରଦର୍ଶକ ମନୋଜ କୁମାର ପଟ୍ଟନାୟକ,ତହସିଲ୍ କର୍ମଚାରୀ ଏବଂ ପୋଲିସ୍ କର୍ମଚାରୀ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ