ମହାପ୍ରଭୁଙ୍କ ୨୪ ବେଶ ଦର୍ଶନ କରୁଛନ୍ତି ଭକ୍ତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଆଦ୍ୟ ଲୀଳାସ୍ଥଳୀ ତଥା ଚତୁର୍ଦ୍ଧାମୂର୍ତ୍ତି ଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ପ୍ରାଚୀ ଉପତ୍ୟକା ର ଦେଉଳିମଠ ଠାରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି ଅଷ୍ଟମ ବାର୍ଷିକୀ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ। ଏହି ଉତ୍ସବରେ ଶ୍ରୀ ଜଗନ୍ନାଥ ଙ୍କର ୨୪ ଟି ବେଶ ଓ ଛପନ ଭୋଗ ପ୍ରଦର୍ଶନ ସହ ସ୍କନ୍ଦ ପୁରାଣ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ପାରାୟଣ ଓ ପ୍ରବଚନ ଆରମ୍ଭ ହୋଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଉତ୍କଳୀୟ ଙ୍କ ପ୍ରାଣପିଣ୍ଡ । ଶ୍ରୀ ଜଗନ୍ନାଥ ସଂସ୍କୃତି ଯେତିକି ନିଆରା ଶ୍ରୀ ଜଗନ୍ନାଥ ଙ୍କ ବେଶ ବି ସେମିତି ମନଲୋଭା ।ପ୍ରତ୍ୟେକ ଦିନ ସହ ବାର ମାସରେ ମହାପ୍ରଭୁ ବିଭିନ୍ନ ପ୍ରକାର ବେଶ ରେ ଦର୍ଶନ ଦେଇଥାନ୍ତି। ଏଠାରେ ମହାପ୍ରଭୁ ଙ୍କ ୨୪ ବେଶ ଦର୍ଶନ କରିବା ପାଇଁ ଭବ୍ୟ ଆୟୋଜନ କରାଯାଇଛି ।ମହାପ୍ରଭୁ ଙ୍କ ଦ୍ୱାରଫିଟା ରୁ ଆରମ୍ଭ କରି ଦିନଚଯ୍ୟା ବର୍ଷ ତମାମ ବିଭିନ୍ନ ଯାତ୍ରାର ବେଶ କରାଯାଇଛି । ମହାପ୍ରଭୁ ଙ୍କ ସମ୍ଭଦ୍ଧରେ କିଛି ଜ୍ଞାନ ଅର୍ଜନ କରିବା ସହ ଭକ୍ତ ଜାଣିବା ପାଇଁ ମହାପ୍ରଭୁ ଙ୍କର କେଉଁଦିନ କେଉଁ ବେଶ ହୁଏ ସାଧୁସନ୍ଥ ଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ରାଧାବଲ୍ଲଵ ମଠର ମୁଖ୍ୟ ବାବାଜୀ ଶ୍ରୀ ରାମକୃଷ୍ଣ ଦାସ, ମୁଖ୍ୟ ବକ୍ତା ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଶ୍ରୀ ସତ୍ୟାନନ୍ଦ ଦାସ ମହାରାଜ, ଛତିଶା ନିଯୋଗ ନାୟକ ଶ୍ରୀ ଜନାର୍ଦ୍ଦନ ପାଟଯୋଶୀ ପ୍ରମୁଖ ଯୋଗ ଦେଇଥିବାବେଳେ ଧର୍ମାନନ୍ଦ ସୁବୁଦ୍ଧି, ଜଗନ୍ନାଥ ସ୍ୱାଇଁ, ପ୍ରଭାସ କୁମାର ପୃଷ୍ଟି ଏବଂ ମିଟୁରଞ୍ଜନ ଦୀକ୍ଷିତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଏହି ଉତ୍ସବ ପାଞ୍ଚ ଦିନ ବ୍ୟାପି ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନେ ପ୍ରକାଶ କରିଛନ୍ତି ।