ଆହାତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରି ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ଥାନା ଅଧିନ ହଂସପୁର ଗ୍ରାମ ଠାରେ ଜଣେ ଆହାତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଛନ୍ତି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା । ଆହାତ ବ୍ୟକ୍ତି ଜଣକ ହେଲେ ଛତ୍ରପୁର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ଧୃବ ଗୌଡ । କୌଣସି କାରଣ ବସତଃ ଧୃବ ହଂସପୁର ଗ୍ରାମ ନିକଟରେ ଆହାତ ହୋଇ ପଡିଥିବା ବେଳେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ତାଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଧୃବଙ୍କୁ କେହି ଆକ୍ରମଣ କରି ଆହାତ କରିଥିବା ସନ୍ଦେହ କରାଯାଉଥିବା ବେଳେ ଛତ୍ରପୁର ଥାନା ପୋଲିସ୍ ଉପଖଣ୍ଡ ଚିକିତ୍ସାଳୟରେ ପହଂଚି ତଦନ୍ତ ଜାରି ରଖିଛି । ତେବେ ଗତ କିଛି ଦିନ ତଳେ ରଘୁନାଥପୁର ଛକ ନିକଟ ଜାତୀୟ ରାଜପଥରେ ଏକ ଦୁର୍ଘଟଣାରେ ଆହାତ ହୋଇଥିବା କିଛି ବ୍ୟକ୍ତିଙ୍କୁ ମଧ୍ୟ ଛତ୍ରପୁର ବିଧାୟକ ଶ୍ରୀ ବେହେରା ଉଦ୍ଧାର କରି ବ୍ରହ୍ମପୁର ମେଡିକାଲ ପଠାଇଥିବା ବେଳେ ଆଜି ମଧ୍ୟ ଏହି ଆହାତ ବ୍ୟକ୍ତିଙ୍କୁ ଉଦ୍ଧାର କରି ବିଧାୟକ ଶ୍ରୀ ବେହେରା ମାନବିକତା ଦେଖାଇଥିବା ଚର୍ଚ୍ଚାର ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ