ମା ଥାନପତି ୟୁଥ୍ ଆସୋସିଏସନ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଏ.ଜି.ଏଲ୧୧ ଆନନ୍ଦପୁର ଚମ୍ପିୟନ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ଦେବତାଗଢିଆ ଠାରେ ମା ଥାନପତି ୟୁଥ୍ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ୫ମ ବାର୍ଷିକ ରାତ୍ରକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନଲ ମ୍ୟାଚ୍‌ରେ ଏନ୍‌.ସି.ସି.ଟି ଅରଞ୍ଜିକୁ ହରାଇ ଏ.ଜି.ଏଲ୧୧ ଆନନ୍ଦପୁର ଚମ୍ପିୟନ ହୋଇଛି । ୨ ଦିନ ଧରି ଅନୁଷ୍ଠିତ ମ୍ୟାଚ୍‌ରେ ଜିଲା ଓ ଜିଲା ବାହାରୁ ୮ଟି ଟିମ୍ ଭାଗ ନେଇଥିଲେ । ଫାଇନଲ ମ୍ୟାଚ୍ ଏନ୍‌.ସି.ସି.ଟି ଅରଞ୍ଜି ଓ ଏ.ଜି.ଏଲ୧୧ ଆନନ୍ଦପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଏ.ଜି.ଏଲ୧୧ ଆନନ୍ଦପୁର ଚମ୍ପିୟନ ଟ୍ରଫି ହାସଲ କରିଥିଲା । ଏ.ଜି.ଏଲ୧୧ ଟସ୍ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୮ ଓଭରରେ ୨ ଉଇକେଟ ହରାଇ ୩୭ ରନ୍ ସଂଗ୍ରହ କରିଥିଲା । ଜବାବରେ ଏ.ଜି.ଏଲ୧୧ ୫ ଓଭରରେ ୩ ଉଇକେଟ ହରାଇ ୪୧ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା । ଅମ୍ପାୟର ଭାବେ ରାଜେନ୍ଦ୍ର ଦାସ, ନିରାକର ସାହୁ, ପ୍ରମୋଦ ପାତ୍ର ଦାୟୀତ୍ୱ ତୁଲାଇଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ୟୁଥ୍ ଆସୋସିଏସନର ସମସ୍ତ ସଭ୍ୟ ମାନେ ସହଯୋଗ କରିଥିଲେ । ଫାଇନାଲ ମ୍ୟାଚ୍‌ର ଉଦଘାଟନୀ ଉତ୍ସବରେ ସମାଜସେବୀ କମଳାକାନ୍ତ ସାହୁ, ସୁଧିର କୁମାର ନାୟକ, ଆଇନଜୀବି ମାଧବାନନ୍ଦ ଦାସ ଅତିଥି ଭାବେ ଯୋଗ ଦେଇଥିଲେ । ପୁରସ୍କାର ବିତରଣୀ ସଭାରେ ସମ୍ରାଟ ଗ୍ରାନାଇଟ ଟାଇଲ୍ସର ପ୍ରୋପାଇଟର ରମାକାନ୍ତ ଜେନା, ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ସାମଲ, ସମାଜସେବୀ ଉତ୍କଳ କେଶରୀ ବିଶ୍ୱାଳ, ଗଣନାଥ ବେହେରା, ଉଚ୍ଛବ ଚରଣ ଜେନା, ଭାସ୍କର ଜେନା, ମନୋରଞ୍ଜନ ଦାସ, ସୀତା ଦାସ, ମାନସ ଜେନା ଯୋଗ ଦେଇ ଚମ୍ପିୟନ ଓ ରନର୍ସ ଅଫ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ବନ୍ତ ବ୍ଲକର ୧୧ ଜଣ ସାମ୍ବାଦିକଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ