ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥୀ ଜଲେନ ବାର୍ଦାଙ୍କୁ ଦଳ ତରଫରୁ ବିପୁଳ ସମ୍ବର୍ଦ୍ଧନା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀତ୍ବକୁ ନେଇ ଦଳ ମଧ୍ଯରେ ଆଶା ଳଓ ଆଶାଙ୍କା ବୃଦ୍ଧି ପାଇଥିଲା ଯାହାର କି ଆଜି ଅନ୍ତ ଘଟିଛି ।ସବୁ ଅନ୍ତର ସମାପ୍ତି ହୋଇ ଯାଇଛି । ବିଜେପି ଆଜି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ତିରିଂ ଅଞ୍ଚଳର ଯୁବକ ସାମାଜିକ କର୍ମୀ ଜଲେନ ବାର୍ଦାଙ୍କ ମୁଣ୍ଡରେ ସୁନା କଳସ ଢାଳିଛି । ବିଜେପି ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଦଳୀୟ କର୍ମୀ ମହଲରେ ଖୁସିର ଲହରି ଖେଳିଯାଇଛି । ତିରିଂରେ ଦଳ ତରଫରୁ ତାଙ୍କୁ ପୁଷ୍ପମାଲ୍ୟ ଦେଇ ଅଭିନନ୍ଦନ ,ଶୁଭେଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ ।ପରେ ଦଳୀୟ କର୍ମୀଙ୍କ ସହ ବହିଦାର ଅଧିଷ୍ଠାତ୍ରୀ ଦେବୀ ମା’ କୀଚକେଶ୍ବରୀଙ୍କ ଠାରେ ପୂଜାର୍ଚ୍ଚନା କରିବା ସହ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଆଶୀର୍ବାଦ ଭିକ୍ଷା ମାଗିଥିଲେ ।ଵହଳଦାରେ ଦଳୀୟ କର୍ମୀମାନେ ବିଧାୟକ ପ୍ରାର୍ଥୀଙ୍କୁ ପୁଷ୍ପମାଲ୍ଯ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ବିଧାୟକ ପ୍ରାର୍ଥୀ ଜଲେନ ବାର୍ଦା ବିଜେପି କାର୍ଯ୍ୟାଳୟରେ ପହଞ୍ଚି ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀ,ବିକାଶ ମହାନ୍ତ,ମନୋଜ ଦାସଙ୍କ ଆଶୀର୍ବାଦ ନେଇଥିଲେ । ଦଳ ତରଫରୁ ସେଠାରେ ତାଙ୍କୁ ପୁଷ୍ପମାଲ୍ୟ ଦିଆଯାଇଥିଲା ।ପ୍ରାର୍ଥିତ୍ବ ଘୋଷଣା ପରେ ସେ ବିଜେପି କେନ୍ଦ୍ରୀୟ ସଭାପତି ଜେପି ନଡ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀ ଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଦଳୀୟ କର୍ମୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ ।ଆଦିବାସୀ ଅଧ୍ୟୁଷିତ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ମୌଳିକ ସମସ୍ୟା ଶିକ୍ଷା, ସ୍ଵାସ୍ଥ୍ୟ,ଗମନାଗମନ,ପାନୀୟ ଜଳ, କୃଷି ଓ କୃଷକ ସମସ୍ୟା, ଯୁବକଙ୍କ ହାତରେ କର୍ମ ସଂସ୍ଥା ଉପରେ ଗୁରୁତ୍ବ ଦେବେ ବୋଲି କହିଥିଲେ । ବିଜେପି କାର୍ଯ୍ୟାଳୟ ପରିସରରେ ଉଭୟ ସାଂସଦ ଓ ଵିଧାୟକ ପ୍ରାର୍ଥୀ ଡବଲ ଇଞ୍ଜିନ କାମ କଲା ଭଳି ରାଇରଙ୍ଗପୁର ତଥା ମୟୂରଭଞ୍ଜ ସର୍ବାଙ୍ଗୀନ ଉନ୍ନତି ପାଇଁ ଗୁରୁତ୍ବ ଦେବେ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ