ବିଜେଡି ପକ୍ଷରୁ ଏନଏସି ସ୍ତରୀୟ ସାଂଗଠନିକ ବୈଠକ

ବୁଗୁଡା,(ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ଏନଏସି ସ୍ତରୀୟ ବିଜୁ ଜନତା ଦଳର ସାଂଗଠନିକ ବୈଠକ ଏପ୍ରିଲ ୨୪ ତାରିଖ ଦିନ ମୀନା ବଜାର ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା ସାଂଗଠନିକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ପୋଲସରା ବିଧାୟକ ତଥା ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକାରୀ ଯୋଜନା ଓ ଏନଏସିର ଉନ୍ନୟନ ମୂଳକ କାର୍ଯ୍ୟକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ, ବିଜୁ ଜନତା ଦଳ ପାଇଁ ସମସ୍ତେ ଭୋଟ ଭିକ୍ଷା କରିବାକୁ ବିଧାୟକ ସାହୁ ଅନୁରୋଧ କରିଥିଲେ। ଗତ ଏନଏସି ନିର୍ବାଚନ ଅପେକ୍ଷା ଯେପରି ଆହୁରି ବହୁ ଭୋଟ ସାଂସଦ ପ୍ରାର୍ଥୀନୀ ଓ ବିଧାୟକ ପ୍ରାର୍ଥୀ ପାଇପାରିବେ ସେଥିପାଇଁ ସମସ୍ତେ ଆନ୍ତରିକ ଉଦ୍ୟମ କରିବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ। ଏହି ସାଂଗଠନିକ ବୈଠକରେ ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ବ୍ରଜ ବିହାରୀ ପ୍ରଧାନ, ଆଡଭୋକେଟ ରବୀନ୍ଦ୍ର ପଣ୍ଡା, ଇଞ୍ଜିନିୟର ବସନ୍ତ କୁମାର ଦଳାଇ, ମନୋଜ କୁମାର ସାହୁ ପ୍ରମୁଖଙ୍କ ସମେତ ସମସ୍ତ ବିଜେଡି କାଉନସିଲର ବୃନ୍ଦ, ନଗର ବୁଜୁ ଜନତା ଦଳର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ