ବୁଢୀଶୀଳ ଘାଟିରେ ଖସିଲା ବସ୍, ଅଳ୍ପକେ ବର୍ଷିଲେ ଯାତ୍ରୀ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ରା.ଉଦୟଗିରି ଠାରୁ ୪କିମି. ଦୂର ବୁଢୀଶୀଳ ଘାଟିରେ ପାରଳାଖେମୁଣ୍ଡିରୁ ମୋହନା ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ (ଓଡି୨୦-୪୮୯୨) ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ଷିଯାଇଛି। ପୂର୍ବାହ୍ନ ୯ଟା ସମୟରେ ବସ୍‌ଟି ଘାଟି ଉଠୁଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା । ତେବେ ସୌଭାଗ୍ୟବଶତଃ ବସ୍‌ଟି ଏକ ବଡ ପଥରରେ ବାଡେଇ ହୋଇ ଅଟକି ଯାଇଥିଲା । ଯଦ୍ୱାରା ବସ୍‌ରେ ବସିଥିବା ୩୦ରୁ ଅଧିକ ଯାତ୍ରୀଙ୍କ କିଛି କ୍ଷତି ହୋଇନଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ