ଅଙ୍ଗଦାନ କରି ମୃତ୍ୟୁ ପରେ ପରେ ବି ଅମର ହେଲେ ୬୩ ବର୍ଷୀୟ ବୃଦ୍ଧ ରମେଶ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଅଙ୍ଗଦାନ କରି ମୃତ୍ୟୁ ପରେ ପରେ ବି ଅମର ହେଲେ ଗଜପତି ଜିଲ୍ଲାର ୬୩ ବର୍ଷୀୟ ବୃଦ୍ଧ ରମେଶ. ଏନେଇ ଗଜପତି ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତ ଜାଲିବାଡି ଗ୍ରାମରେ ଗତ ମାର୍ଚ୍ଚ ମାସ ୩୧ ତାରିଖରେ ୬୩ ବର୍ଷୀୟ ବୃଦ୍ଧ ରମେଶ ରଣସିଂ କୌଣସି କାର୍ଯ୍ୟରେ ବାଇକ୍ ଯୋଗେ ଯାଉଥିବା ବେଳେ ବଡ଼ସିନ୍ଧବା ଗାଁ ନିକଟରେ ବାଇକ୍ ଜୋରରେ ଧକ୍କା ଦେଇଥିଲା। ଯାହା ଫଳରେ ସେଠାର ରମେଶ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲ ଭର୍ତ୍ତି ହୋଇଥିଲେ ପରେ ଆନ୍ଧ୍ରର ଶ୍ରୀକାକୁଲମରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ବେଳେ ଗତ 1 ତାରିଖ ଦିନ ତାଙ୍କର ବ୍ରେଇନ ଅଚଳ ହୋଇଥିବା ଡାକ୍ତର ଘୋଷଣା କରିଥିଲେ. ମୃତ୍ୟୁ ପୂର୍ବରୁ ରମେଶଙ୍କ ଶେଷ ଇଚ୍ଛା ଥିଲା ତାଙ୍କ ଶରୀରର ସମସ୍ତ ଅଙ୍ଗ ଅନ୍ୟ ଦରକାରୀ ଲୋକଙ୍କ ପ୍ରାଣ ରକ୍ଷା ପାଇଁ ଦାନ କରିଵି. ସେଥି ଅନୁଯାୟୀ ମୃତ୍ୟୁ ପରେ ତାଙ୍କର ଲିଭର, କିଡନୀ ଓ ହାର୍ଟ ଆଦି ଦାନ କରାଯାଇଥିଲା । ଏହି ଘଟଣା ପରେ ତାଙ୍କ ମର ଶରୀର ନିଜ ଗ୍ରାମକୁ ଅଣାଯାଇ ଶୋକାକୁଳ ପରିବେଶରେ ଗଜପତି ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇ ସତ୍କାର କରାଯାଇଥିଲା. ସ୍ବର୍ଗତ ରମେଶ ଜଣେ ସମାଜସେବୀ ଓ ଚାଷୀ ଭାବେ ବେଶ୍ ପରିଚିତ ଥିଲେ। ତାଙ୍କର ୭ ଗୋଟି ଝିଅ ଓ ଗୋଟିଏ ପୁଅ ଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ