ବିଶ୍ୱ ପରିବାର ଦିବସ ଅବସରରେ

ପରିବାର (ବିଶ୍ୱ ପରିବାର ଦିବସ ଅବସରରେ )-ସରୋଜିନୀ ମିଶ୍ର, ଭୁବନେଶ୍ୱର
ଉପରେ ଆକାଶ ତଳେ ବସୁମତୀ, ମଝିରେ ଭବ୍ୟ ମନ୍ଦିର
ମର୍ତ୍ତ୍ୟ ର ବୈକୁଣ୍ଠ କୁହନ୍ତି ଏହାକୁ, ନାଁ ଟି ତା ପରିବାର l
ପରିବାର ସେତ କଳ୍ପବଟ ସମ, ଚୀର ସବୁଜ ସୁନ୍ଦର, ଗୁରୁଜନ ଆଉ ଲଘୁଜନଙ୍କ ର , ସ୍ନେହ ଶ୍ରଦ୍ଧା ଗନ୍ତାଘର l ଏ ବୃକ୍ଷ ର ମୁଖ୍ୟ ପିତା ଆଉ ମାତା, ପୁତ୍ର କନ୍ୟା ପୁଷ୍ପ ଫଳ, ବଧୂ ଓ ଜାମାତା ଜେଜେ ଜେଜେମା , ଏ ବୃକ୍ଷ ର ଚେର ଡାଳ l
ବାପା ଙ୍କ ଆକଟ ମାଆର ପଣତ, ସନ୍ତାନଙ୍କ ଚପଲତା , ସ୍ନେହ ପ୍ରେମ ରାଗ ମାନ ଅଭିମାନ, ଥାଏ ପୁଣି ଆତ୍ମୀୟତା l ମମତା ଆଣ ର ସେନେହ ଚକୁଳି,
ଖାଇଥାନ୍ତି ମିଳିମିଶି,
ମିଳିମିଶି ଥିଲେ ସାରା ପରିବା ରେ ଝରୁଥାଇ ହସ ଖୁସି l
ନୀତି ଆଦର୍ଶ ରେ ସଂସ୍କୃତି ସଂସ୍କା ରେ
ଗଢା ଯେଉଁ ପରିବାର ,
ଗଭୀର ବିସାଦେ ଅବା ଅବସାଦେ ନଥାଏ କାହାକୁ ଡର l
ଛନ୍ଦ କପଟରେ, ମିଛ ସନ୍ଦେହରେ ,ଭାଙ୍ଗିଯାଏ ପରିବାର ,
ଥରେ ଭାଙ୍ଗି ଗଲେ ସୁନାର ସଂସାର ,ହୋଇଯାଏ ଛାରଖାର l
ପରସ୍ପର ପ୍ରତି ସ୍ନେହ ଆଉ ଭକ୍ତି, ଥାଏ ଯେଉଁ ପରିବାରେ, ଏକତା ସୂତ୍ରରେ ଗୁନ୍ଥି ହୋଇଥିଲେ , ବିଭୁ କୃପା ବାରି ଝରେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ