ଭାରତୀୟ ବିକାଶ ପରିଷଦର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀଙ୍କ ପ୍ରଚାର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ବିକାଶ ପରିଷଦର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ସଂଗ୍ରାମୀ ନଟବର ମହାରଣା ମଧ୍ୟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୟୁନିଟ୍‌-୨ ଅଞ୍ଚଳର ପଟେଲ୍ ବସ୍ତି ଓ ତାରେଣୀ ବସ୍ତିରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରୁ ଜିତିଲେ ସବୁ ରାଜନୈତିକ ଦଳ, ସବୁ ବର୍ଗ, ସବୁ ଧର୍ମର ସୁସ୍ଥ ଥିବା ପ୍ରତ୍ୟେକ ବୟସ୍କ ମଣିଷମାନଙ୍କୁ ଉପଦେଷ୍ଟା ଏବଂ ଯୁବକ-ଯୁବତୀ, ପୁରୁଷ- ମହିଳାମାନଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ରାସାୟନିକ ଖାଦ୍ୟ ଖାଇବା ଦ୍ୱାରା ଅଧୁକାଂଶ ମଣିଷ ସୁସ୍ଥ ନାହାନ୍ତି, ତେଣୁ ଆମେ ଶପଥ ନେଇଛୁ କର୍ମନିଯୁକ୍ତି ସହିତ ଘରୋଇ ଖାଦ୍ୟ ମାଗଣାରେ ଖାଇବାକୁ ଦେବୁ, ବସ୍ତ୍ର ମାଗଣାରେ ଯୋଗାଇଦେବୁ, ରହିବା ପାଇଁ ମାଗଣାରେ ଘର ଯୋଗାଇଦେବୁ । ନଟବର ପ୍ରତ୍ୟେକ ପିଲାଙ୍କୁ ମାଗଣାରେ ଉନ୍ନତମାନର ଶିକ୍ଷା ପ୍ରଦାନ କରାଇ ପ୍ରତ୍ୟେକ ପିଲାଙ୍କୁ ଶିକ୍ଷିତ କରାଇବା ପାଇଁ ଲୋକସଭା ପ୍ରାର୍ଥୀ ଶ୍ରୀ ମହାରଣା ଶପଥ ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ