ଯଶୋଦା ଫାଉଣ୍ଡେସନ ପକ୍ଷରୁ ୧୫୦ପରିବାରଙ୍କୁ ବୀହନ ବଣ୍ଟନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ପରିବେଶବିତ୍ ପ୍ରଫେସର ରାଧାମୋହନଙ୍କ ସ୍ମୃତି ଅବସରରେ ମଙ୍ଗଳବାର ଯଶୋଦା ଫାଉଣ୍ଡେସନ ପକ୍ଷରୁ ମହିଳା ମାନଙ୍କୁ ବିଭିନ୍ନ ପ୍ରକାର ବୀହନ ବଣ୍ଟ କରାଯାଇଛି । ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଶିଖରପଲ୍ଲୀ ଗ୍ରାମରେ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୈାରହିତ୍ୟରେ ବୀହନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୋମନାଥ ସାହୁ ଯୋଗଦେଇ ମହିଳା ମାନଙ୍କୁ ବିଭିନ୍ନ ପ୍ରକାର ବୀହନ ବଣ୍ଟନ କରିଥିଲେ । ଏହିଅବସରରେ ସୁନ୍ଦରପୁର, ବିପୁର୍ଳିଙ୍ଗି, ଭିକାରୀପଲ୍ଲୀ ଓ ଚିକଲଖଣ୍ଡି ଗ୍ରାମ ପଞ୍ଚାୟତର ୯ଟି ଗ୍ରାମର ୧୫୦ପରିବାରଙ୍କୁ କଲରା, ଅଲଡି, ଜହ୍ନି, ଭେଣ୍ଡି, ଲାଉ , କାକୁଡି ସହ ଖୋସଡା ଶାଗର ବୀହନ ପ୍ରଦାନ କରାଯାଇଥିଲ।। ସମସ୍ତ କାର୍ଯ୍ୟକ୍ରମକୁ ପୁଷ୍ପାଞ୍ଜଳି ଓ ସୁଦଷ୍ଣା ସାହୁ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ