ମୋହନଙ୍କ ମନ୍ତ୍ରୀମଣ୍ଡଳରେ ପ୍ରଭାତୀ ଉପ ମୁଖ୍ୟମନ୍ତ୍ରୀ। ଦିଲ୍ଲୀପ ଜଣାଇଲେ ଶୁଭେଚ୍ଛା।

ନିମାପଡ଼ା (ସନ୍ତୋଷ ଦାଶ ) କଟକ ଜିଲ୍ଲା ନିଆଳି ନିଭରଣର ଝିଅ ତଥା ନିମାପଡ଼ାର ବୋହୁ ପ୍ରଭାତୀ ପରିଡ଼ା ୨୪ ସାଧାରଣ ନିର୍ବାଚନରେ ବିଜେପି ଟିକେଟରେ ନିମାପଡ଼ା ବିଧାନସଭା ଆସନରୁ ବିଧାୟକ ଭାବେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇ ମୋହନ ମାଝୀଙ୍କ ନେତୃତ୍ବରେ ନବଗଠିତ ବିଜେପି ମନ୍ତ୍ରୀମଣ୍ଡଳରେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିପାଇଁ ସମଗ୍ର ନିମାପଡ଼ା ନିର୍ବାଚନ ମଣ୍ଡଳୀ ରେ ଖୁସିର ଲହର ଖେଳିଯାଇଛି। ଶ୍ରୀ ମତୀ ପରିଡ଼ା ନିମାପଡ଼ା ର ପ୍ରଥମ ମହିଳା ବିଧାୟକ ହେବା ସହିତ ରାଜ୍ଯ ର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ଖୁସି ରେ ଦଳୀୟ କର୍ମୀ, ନେତା ଓ ଜନସାଧାରଣ ଅତ୍ୟନ୍ତ ଉତ୍ସାହିତ ହୋଇ ବାଣ ଫୁଟାଇ ବାଜା ବଜାଇବା ସହିତ ମିଠା ବାଣ୍ଟିଛନ୍ତି।ନିମାପଡ଼ାର ଗୌରବମୟ ଇତିହାସରେ ସେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିବାରୁ ତାଙ୍କ ପାଖକୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ବୈବାହିକ ଜୀବନ ଆରମ୍ଭ କରିବା ସହିତ ପେଷାରେ ଆଇନଜୀବି ହୋଇଥିଲେ ମଧ୍ୟ ତାଙ୍କର ରାଜନୀତିପ୍ରତି ଅଧିକ ରୁଚି ଥିବାରୁ ୧୯୯୯- ୨୦୦୦ରେ ବିଜେପି ଦଳରେ ଯୋଗଦେଇଥିଲେ। ନବୀନଙ୍କ ନେତୃତ୍ବାଧିନ ବିଜେଡି ବିଜେପି ସରକାରରେ ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧକ୍ଷା ଥିଲେ।ଏହା ବ୍ୟତୀତ ସେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାପତି ହେବା ସହିତ ଦଳର ଉପସଭାପତି ଦାୟିତ୍ଵ କୁ ସୁଚାରୁ ରୂପେ ତୁଲାଇଥିଲେ।।୨୦୦୯ରେ ପ୍ରଥମ ଥର ପାଇଁ ଦଳୀୟ ଟିକେଟରୁ ବଞ୍ଚିତ ହୋଇ ସ୍ବାଧୀନ ଭାବେ ଲଢି ଶୋଚନୀୟ ପରାଜୟ ବରଣ କରିଥିଲେ।ପରେ ପୁଣି ବିଜେପି ଦଳରେ ସାମିଲ ହୋଇ ଦୁଇ ଦୁଇ ଥର ହାରି ମଧ୍ୟ କେବେଭାଙ୍ଗି ପଡି ନଥିଲେ। ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇ ନବଗଠିତ ମନ୍ତ୍ରୀମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ହୋଇଥିବାରୁ ନିମାପଡ଼ାର ବିକାଶର ଧାରା ଆହୁରି ତ୍ବରାନ୍ବିତ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଅଗଣିତ କର୍ମୀଙ୍କ ତ୍ୟାଗ ଓ ଜନସାଧାରଣଙ୍କ ସଦିଚ୍ଛା ଯୋଗୁଁ ଆଜି ସେ ଏତେବଡ଼ ପଦବୀ ପାଇଥିବାରୁ ତାହାର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ସହିତ ଦଳମତ ନିର୍ବିଶେଷରେ ଅଞ୍ଚଳବାସୀଙ୍କ ସୁଖଦୁଃଖରେ ସାମିଲ ହେବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ବିଜେଡିର ପରାଜିତ ପ୍ରାର୍ଥୀ ଦିଲ୍ଲୀପ କୁମାର ନାୟକ ତାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ଯ ର ଉପ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସେ ନିମାପଡ଼ା ନିର୍ବାଚନ ମଣ୍ଡଳୀ କୁ ଏକ ଅଗ୍ରଣୀ ନିର୍ବାଚନ ମଣ୍ଡଳୀ ରେ ପରିଣତ କରିବାକୁ ଶ୍ରୀ ନାୟକ ତାଙ୍କ
ନିକଟରେ ଦାବି କରିଛନ୍ତି। ଏଥି ସହିତ ବଳଙ୍ଗା ରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ଧନୁଆ ନଦୀ ରେ ବନ୍ୟା ନିୟନ୍ତ୍ରଣ, ନିମାପଡା ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା କରି ନିମାପଡ଼ା ଭୋଟର ମାନଙ୍କ ଇଚ୍ଛା କୁ ପୂରଣ କରିବାକୁ ଶ୍ରୀ ନାୟକ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ମତୀ ପରିଡ଼ା ଙ୍କ ନିକଟରେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ