ବାଲିଗୁଡ଼ାରୁ ମଧ୍ୟପ୍ରଦେଶ ଚାଲାଣ ବେଳେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ତିନି ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଗଞ୍ଜେଇ ର ହବ କୁହାଯାଉଥିବା କନ୍ଧମାଳଜିଲ୍ଲା ବାଲିଗୁଡାରୁ ମଧ୍ୟପ୍ରଦେଶ ଗଂଜେଇ ଚାଲାଣ ବେଳେ ଚଢ଼ାଉ କରି ତିନି ଜଣଙ୍କୁ ଗିରଫ କରିବା ସହ ଏକ ମହିନ୍ଦ୍ରା ଗାଡିନଂ.ଏମପି-୧୯-ଜେଡଡି- ୨୭୧୫ କୁ ଜବତ କରାଯାଇଛି । ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲେ । ଏକ ମହିନ୍ଦ୍ରା କାର୍‌କୁ ପିଛା କରି ଲଣ୍ଡାଗାଁ ଛକରେ ଧରିଥିଲେ । ଯାଞ୍ଚ କରିବା ସମୟରେ କାର ଭିତରୁ ୫୦କେଜି ଗଞ୍ଜେଇ ଜବତ କରିବା ସହିତ ଗାଡ଼ି ଭିତରେ ବସିଥ‌ିବା ୩ ଜଣଙ୍କୁ ଗିରଫ କରିଥିଲେ । ସେମାନେ ହେଲେ ରାଜେଶ ସୋନି(୩୨) ଘର ଛତିଶଗଡ଼ ରାଜ୍ୟ ର ବିଳାସପୁର, ରବି ରାଜ ସିଂ (୨୪) ଘର ମଧ୍ୟପ୍ରଦେଶ ରାଜ୍ୟର ସନ୍ତା ଜିଲାର ମାଧା ଗ୍ରାମ ଓ ସନ୍ଦୀପ ସିଂ ବେଘାଲ ମଧ୍ୟପ୍ରଦେଶ ଗ୍ରାମର ସନ୍ତା ଜିଲ୍ଲାର ଶୁକ୍ଲ ବର୍ଘାଧ୍ ଗ୍ରାମ ବୋଲି ଜଣାପଡ଼ିଛି । ଏମାନଙ୍କୁ ବାଲିଗୁଡା ଅବକାରୀ ବିଭାଗରେ ବିଭାଗ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ  କରାଯାଇଛି । ଜବତ ଗଞ୍ଜେଇର  ଆନୁମାନିକ ମୂଲ୍ୟ ଦଶ ଲକ୍ଷ ଟଙ୍କା ହେବ ବୋଲି  ଅବକାରୀ ବିଭାଗ ଅଧିକାରୀ ସୁମିତ୍ରା ଦଳେଇ ସୂଚନା ଦେଇଛନ୍ତି । କନ୍ଧମାଳ ଅବକାରୀ ବିଭାଗ ଏସପି ଝସକେତନ ବାରିଆ ଙ୍କ ନିର୍ଦେଶରେ ବାଲିଗୁଡା ଅବକାରୀ ବିଭାଗ  ନେତୃତ୍ବରେ ହୋଇଥିବା ଏହି ଚଢ଼ଉରେ ଏଏସଆଇ ଜିମୂତା ବେହେରଦଳେଇ, ଏଏସଆଇ ରାଧାକୃଷ୍ଣ ସାହୁ, ଏଏସଆଇ ପ୍ରଦୀପ କୁମାର ମଳିକ ଏବଂ କନେଷ୍ଟବଳ ଜ୍ଞାନ ପ୍ରସାଦ ସାହୁ ଓ ସଂଜୀବ ଭୁକ୍ତା ପ୍ରମୁଖ ସାମିଲ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ