ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁନ୍ଦରପୁର, ନୋଳିଆ ନୂଆଗାଁ ଓ ନରେନ୍ଦ୍ରପୁର ଠାରେ ମାଗଣା ସ୍ଵାସ୍ତ୍ୟ ପରୀକ୍ଷା ଶିବିର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ସୁନ୍ଦରପୁର, ନୋଳିଆ ନୂଆଗାଁ ଓ ନରେନ୍ଦ୍ରପୁର ଗ୍ରାମରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି l ଏହି ସ୍ୱାସ୍ଥ୍ୟ ଶିବିରରେ ଆୟୁଷ ଡାକ୍ତର ତପସ୍ୱିନୀ ପାତ୍ର, ଡାକ୍ତର ମମତା ମିଶ୍ର ଓ ଡାକ୍ତର ରାମାନୁଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ଆସିଥିବା ସମସ୍ତ ରୋଗୀଙ୍କୁ ଚିକିତ୍ସା କରିଥିଲେ l ଏହା ସହ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ପ୍ରଦାନ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମକୁ ସମସ୍ତ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ