ହୃଦ୍‌ଘାତରେ ଓଡିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀଙ୍କ ଅକାଳ ବିୟୋଗ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଥାନା ନିଳୋକ ପଞ୍ଚାୟତ ଅଧିନ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ସାଇନ୍ସ ଆଟେଣ୍ଡାଣ୍ଟ ଦୀଲିପ କୁମାର ମହାନ୍ତି(୪୨)ଙ୍କର ଶୁକ୍ରବାର ହୃଦ୍‌ଘାତରେ ଅକାଳ ବିୟୋଗ ଘଟିଛି । ଅପରାହ୍ନ ସମୟରେ ସେ ଖାଇ ସାରି ଘରେ ବିଶ୍ରାମ ନେଉଥିଲେ । ହଠାତ୍ ତାଙ୍କର ଛାତି ଯନ୍ତ୍ରଣା ହେବାରୁ ପରିବାରଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ତାଙ୍କ ମର ଶରୀର ଗ୍ରାମରେ ପହଞ୍ôଚବା ପରେ ଏକ ଶୋକାକୂଳ ପରିବେଶରେ ଅନ୍ତିମ ସତ୍କାର କରାଯାଇଥିଲା । ଏକମାତ୍ର ପୁତ୍ର ଦେବବ୍ରତ ମୁଖାଗ୍ନି ଦେଇଥିଲେ । ଖବର ପାଇ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଦ୍ୟାଳୟର କର୍ମଚାରୀ ମାନେ ତାଙ୍କ ବାସଭବନରେ ପହଞ୍ôଚ ଶେଷ ଦର୍ଶନ କରିଥିଲେ । ଗତ ୨୦୧୯ ମସିହା ସେପ୍ଟେମ୍ବର ମାସରେ ସେ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇ କାର୍ଯ୍ୟ କରିବା ସହ ପରିବାର ପ୍ରତିପୋଷଣ କରିଆସୁଥିଲେ । ତାଙ୍କ ମୃତ୍ୟୁରେ ବିଧବା ପତ୍ନୀ, ପୁତ୍ରଙ୍କ ସମେତ ସମସ୍ତ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ