ଷ୍ଟ୍ରିଟ୍ ଲାଇଟ୍ ଜଳୁନାହିଁ, ଜନ ଅସନ୍ତୋଷ ବୃଦ୍ଧି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ବଡଗୋଷାଣି ପଞ୍ଚାୟତ ଇଂଲିଶପେଣ୍ଠ ଗ୍ରାମରେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥାକୁ ହଠାତ କାଟ୍ କରାଯାଇ ଥିବାରୁ ଗତ ୪ ଦିନ ଧରି ଷ୍ଟ୍ରିଟ୍ ଲାଇଟ୍ ଜଳୁ ନାହିଁ. ଏନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ନିର୍ବାଚନ ପରେ ଷ୍ଟ୍ରିଟ୍ ଲାଇଟ କଟା ଯାଇଥିବାର ଅଭିଯୋଗ କରିଛନ୍ତି । ଗ୍ରାମବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଗତ ଏକ ବର୍ଷ ଧରି ଗ୍ରାମରେ ୧୦ଟି ଷ୍ଟ୍ରିଟ୍‌ ଲାଇଟ୍ ଲଗାଯାଇଥିଲା । ୪ଦିନ ହେବ ବିଭାଗ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାନଯାଇ ବିଦ୍ୟୁତ ସରବରାହ ବନ୍ଦ କରାଯାଇଛି। ଏଥିଯୋଗୁଁ ସମଗ୍ର ଗ୍ରାମ ୫୦୦ରୁ ଉର୍ଦ୍ଧ ଲୋକ ଅନ୍ଧାରରେ ଯିବା ଆସିବା କରୁଛନ୍ତି. ଏହା ଦ୍ବାରା ନାନାଦି ଅସୁବିଧା ଭୋଗୁଥିବା ବେଳେ ରାତିରେ ଗ୍ରାମର ଲବ ପାତ୍ର (୮୨) ନାମକ ଜଣେ ଅନ୍ଧାରରେ ଏକ ଗର୍ତ୍ତରେ ପଡିଯାଇ ଆହତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶ୍ରୀ ପାତ୍ର ବର୍ତ୍ତମାନ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଚିକିତ୍ସିତ ହେଉଥ‌ିବାର ପ୍ରକାଶ କରିଛନ୍ତି I ୱାର୍ଡ ସଭ୍ୟ ପି. ଯୋଗେନ୍ଦ୍ର ରାଓ, ଗ୍ରାମବାସୀ ରବିନ ଚନ୍ଦ୍ର ପାତ୍ର, ଧନେଶ୍ଵରୀ ପାତ୍ର, ଟି. ମୋହନ ରାଓ, ଲମ୍ବୋଦର ପାତ୍ର ଓ କେ.ଭେଙ୍କଟ ରତ୍ନମ ଅନ୍ଧକାରରେ ଧାନଜୀବନ ନଷ୍ଟ ହେଲେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ କରିଛନ୍ତି । ନିର୍ବାଚନ ଫଳାଫଳ ପରେ କେତେକ ଖଳ ପ୍ରକୃତିର ଲୋକେ ବିଦ୍ୟୁତ ବିଭାଗକୁ ଚାପ ପ୍ରୟୋଗ କରି ଏପରି କରାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ