ମା’ ମାଣିକେଶ୍ଵରୀ କ୍ରିକେଟ୍ ଟୁର୍ଣାମେଣ୍ଟ ଉଦ୍‌ଯାପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ କିଡାସିଂରେ ଚାଲିଥିବା ମା ମାଣିକେଶ୍ଵରୀ କ୍ରିକେଟ ଟୁର୍ଣ୍ଣମେଣ୍ଟ ଉଦଯାପିତ ହୋଇଛି | ଶନିବାର ଆୟୋଜିତ ଫାଇନାଲ ମ୍ୟାଚରେ କୁଶପଲ୍ଲୀ କ୍ରିକେଟ ଟିମ ପରାସ୍ତ କରି ଆକିଲିଟିମ ଚାମ୍ପିଅନ ହୋଇଛି | ପ୍ରଥମେ ବ୍ୟାଟିଂ କରି କୁଶପଲ୍ଲୀ ଟିମ ୭୨ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା I ଜବାବରେ ଆକିଲି ଟିମ୍ ମାତ୍ର ୫ ୱିକେଟ ହରାଇ ୭୩ ରନ୍ କରିବା ବିଜୟୀ ହୋଇଥିଲା । ମୁଖ୍ୟ ଅତିଥ୍ ଭାବେ ଚନ୍ଦ୍ରଗିରି ସରପଞ୍ଚ ରଜନୀ କାନ୍ତ ପ୍ରଧାନ ଯୋଗ ଦେଇଥିଲେ I ସମ୍ମାନିତ ଅତିଥ୍ ଭାବେ ବୁଦ୍ଧିଜୀବି ଦିଲୀପ ସାହୁ, ୱାର୍ଡମେମ୍ବର ସବିତା ଦଳାଇ, ଦେବରାଜ ଦଳାଇ, ତାରିଣୀ ଦଳାଇ, ଶିକ୍ଷକ କାହ୍ନୁ ଚରଣ ରଣଜିତ, ସୀମାଞ୍ଚଳ ନାୟକ ଓ ଅନ୍ତର୍ଯ୍ୟାମୀ ରଣାରାଓ ପ୍ରମୁଖ ଯୋଗ ଦେଇଥିଲେ। ଉଭୟ ଚାମ୍ପିଅନ ଓ ରନର୍ ଅପ୍ଟିମ୍କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା I ଫାଇନାଲ ମ୍ୟାଚରେ ସୁରେଶ ମହାରଣା, ଲିଲୁ ବହାକ ଅମ୍ପାୟର ଦାୟିତ୍ବ ନିର୍ବାହ କରିଥିବା ବେଳେ ଅମୂଲ୍ୟ ନାୟକ ଓ ତ୍ରିନାଥ ରଣଷଣ୍ଢ ଧାରାବିବରଣୀ ପ୍ରଦାନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ