ମା ଚାଚଖାଇଙ୍କ ପୀଠରେ ରଜ ଉତ୍ସବ

ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ନରସିଂହପୁର ହାଟ ସ୍ଥିତ ମା ଚାଚ ଖାଇଙ୍କ ପୀଠ ଠାରେ ପହିଲି ରଜ ଦିନ ରଜ ଉତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଗ୍ରାମର ପ୍ରକାଶ ମାଳତୀ ନାମକ ଯୁବକଙ୍କ ଆୟୋଜନରେ ପ୍ରଥମ ଥର ପାଇଁ ଉକ୍ତ ପୀଠ ଠାରେ ରଜ ଉତ୍ସବ ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ଗ୍ରାମର ଯୁବତୀ, କିଶୋରୀ ମାନଙ୍କ ମଧ୍ୟରେ ନୃତ୍ୟ ସଙ୍ଗୀତର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ମାଳତୀଙ୍କୁ ହେମନ୍ତ ପାତ୍ର, ବୁଲୁ ବେହେରା, ମାନସ ବେହେରା, ଗୁଡୁ ବେହେରା, ମନୋରଞ୍ଜନ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ। ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଯୁବତୀ କିଶୋରୀ ମାନଙ୍କୁ ଆସନ୍ତା ବର୍ଷ ରଜ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଶ୍ରୀ ମାଳତୀ ପ୍ରକାଶ କରିଛନ୍ତି। ମୋ ବସରେ କଣ୍ଡକ୍ଟର ଥିବା ପ୍ରକାଶ ମାଳତୀ କୁହନ୍ତି ସବୁଆଡେ ରଜ ପର୍ବ ଆନନ୍ଦ ଉଲ୍ଲାସର ସହିତ ପାଳନ ହେଉଥିବାର ସେ ଦେଖି ତାଙ୍କ ଗାଁରେ ରଜ ଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ନେଇ ଚଳିତ ବର୍ଷ ଏହି ଉତ୍ସବ ଆରମ୍ଭ କରିଛନ୍ତି। ଯୁବତୀ ଓ କିଶୋରୀ ମାନଙ୍କ ନୃତ୍ୟ ସଙ୍ଗୀତ ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ