ଶତାୟୁ ପୁରୁଷ ହାଡୁବନ୍ଧୁ କୋଠିଆଙ୍କ ପରଲୋକ

ବ୍ରହ୍ମପୁର,(ଅନିଲ କୁମାର):ସୁକୁଣ୍ଡା ଗ୍ରାମର ଶତାୟୁ ପୁରୁଷ ହାଡୁବନ୍ଧୁ କୋଠିଆଙ୍କ ସୋମବାର ସନ୍ଧ୍ୟାରେ ନିଜ ବାସଭବନ ଠାରେ ପରଲୋକ ହୋଇଯାଇଛି ା ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ହୋଇଥିଲା ା ଆନ୍ଧ୍ରପ୍ରଦେଶ ଆମନ୍ଦବବାଲାସା ସ୍ଥିତ ଭୈରବୀ ସ’ ମିଲ ଓ ବ୍ରହ୍ମପୁର ଭୈରବୀ ଟିମ୍ବର ଡିପୋର ପ୍ରତିଷ୍ଠାତା ସ୍ବର୍ଗତ କୋଠିଆ ଜଣେ କାଠ ବ୍ୟବସାୟୀଭାବେ ଜଣାଶୁଣା ଥିଲେ ା ସେ ହେଛନ୍ତି କଳିଙ୍ଗ ବିଦ୍ୟାମନ୍ଦିରର ସମ୍ପାଦକ ହରିକୃଷ୍ଣ କୋଠିଆଙ୍କ ପିତା ା ତାଙ୍କ ବିୟୋଗରେ ଅଞ୍ଚଳବାସୀଙ୍କ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ା ସୁକୁଣ୍ଡା ଗ୍ରାମ ସ୍ମଶାନରେ ତାଙ୍କ ଶେଷକୃତ ସମ୍ପନ୍ନ କରାଯାଇଥିଲା ା ମୃତ୍ୟୁ ବେଳକୁ ତାଙ୍କ ନିକଟରେ ୩ ପୁଅ ଯଥା ମାଧବ, ହରିକୃଷ୍ଣ ଓ ସୁଦାମ, ଝିଅ ଅଶୋକା, ୪ ବୋହୁ, ନାତିନାତୁଣୀ ଉପସ୍ଥିତ ଥିଲେ ା ମୃତ୍ୟୁ ଖବରପାଇ ଲୋକସେବକ ମଣ୍ଡଳର ଆଜାବୀନ ସଦସ୍ୟ ରାଜେନ୍ଦ୍ର କୁମାର ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥି​‌େ​‌ଲ ା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ