ମୋହନା ରେ ଅନ୍ତର୍ଜାତୀୟ ଯୋଗ ଦିବସ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜ଼ିଲ୍ଲା ମୋହନା ର ବିଭିନ୍ନ ସ୍ଥାନରେ. ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ମହାଆଡମ୍ବର ରେ ପାଳିତ ହୋଇଯାଇଛି l ସରକାରୀ, ବେସରକାରୀ ସ୍ତରରେ ବିଭିନ୍ନ ଅନୁଷ୍ଠାନ ଯୋଗ ଦିବସ ପାଳନ କରିଛନ୍ତି l ବ୍ଳକ ପ୍ରଶାସନ ପକ୍ଷରୁ ଜିରାଙ୍ଗ ବୌଦ୍ଧ ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଶତାଧିକ ତିବତୀୟ ଯୋଗଦେଇ ଯୋଗ ଅଭ୍ୟାସ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୋହନା ବିଡ଼ିଓ ରାଜିବ ଦାସ , ତହସିଲଦାର ସତ୍ୟବାନ ନାୟକ, ବୌଦ୍ଧ ମନ୍ଦିର ଗୁରୁଜୀ ଖେଂପୋ ପେମା ଆମଫେଲ ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ମୋହନା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ଏବଂ ଶିଶୁ ମନ୍ଦିର କତୃପକ୍ଷ ଙ୍କ ଦ୍ୱାରା ଯୋଗ ଦିବସ ପାଳନ କରାଯାଇଛି l ପ୍ରଧାନ ଆଚାର୍ଯ୍ୟl ଆରତୀ ପାଢୀଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶିଶୁ ମନ୍ଦିର ସମ୍ପାଦକ ରବି ପାତ୍ର ଯୋଗଦେଇଥିଲେ l କାର୍ଯ୍ୟକ୍ରମକୁ ଆରଏସଏସ ଗଜପତି ଜିଲ୍ଲା ପ୍ରଚାର ପ୍ରମୁଖ ବାବୁଲା ସେଠି ପରିଚାଳନା କରିଥିବା ବେଳେ ଯୋଗ ପ୍ରଶିକ୍ଷକ ଚକ୍ରଧର ବିଜୁଳି ଯୋଗଶିକ୍ଷା ପ୍ରଦାନ କରିଥିଲେ l ସେହିପରି ମୋହନା ବିଜୁ କଲ୍ୟାଣ ମଣ୍ଡପରେ ବ୍ଳକ ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏବିଡ଼ିଓ ରମାକାନ୍ତ ଚୌଧୁରୀ, ବ୍ଳକ ଉପାଧ୍ୟକ୍ଷl ବାଲ୍ମୀନା ଅଧିକାରୀ ଉପସ୍ଥିତ ଥିବାବେଳେ ବ୍ଳକ କର୍ମଚାରୀ, ମିଶନଶକ୍ତି ମହିଳା ମାନେ ଯୋଗ, ପ୍ରାଣାୟାମ କରିଥିଲେ l ସେହିପରି ଚାନ୍ଦିପୁଟ ଇନ୍ଦିରା ସ୍ମୃତି ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦ ପ୍ରାନ୍ତ ସାମାଜିକ ସମରସତା ପ୍ରମୁଖ ତରଣୀସେନ ଦାସ ଯୋଗଦେଇ ଯୋଗର ଆବଶ୍ୟକତା ଉପରେ କହିଥିବା ବେଳେ ମୋହନା ହିଲଟପ କଲେଜରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ