କଲେଜ ବାଣିଜ୍ୟ ବିଭାଗର ଟପ୍ପର ବିଜୟ କଷ୍ଟଆକାଉଣ୍ଟାଟ ହେବେ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ବାଣିଜ୍ୟ ବିଭାଗ ସମ୍ମାନ ଛାତ୍ର ବିଜୟ କୁମାର ସାହୁ ଚଳିତ ବର୍ଷ ମୋଟ ୨୭୫୦ମାର୍କରୁ ୨୨୫୧ମାର୍କ ଅର୍ଥାତ ୮.୮୮ ପ୍ରତିଶତ ମାର୍କ ରଖି ବାଣିଜ୍ୟ ବିଭାଗର ଟପ୍ପର ହୋଇଛନ୍ତି । ମାଟ୍ରିକ ଏବଂ +୨ବାଣିଜ୍ୟ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପାସ କରିଥିବା ବିଜୟ ହେଉଛନ୍ତି ଜଣେ ମେଧାବୀ ଛାତ୍ର । ସେ ହେଉଛନ୍ତି ରାଜନଗର ବ୍ଲକ ଅନ୍ତର୍ଗତ ଚମ୍ପାଦିଆ ଗ୍ରାମର ଗଣେଶ ଚନ୍ଦ୍ର ସାହୁ ଓ ଭଗବତୀ ସାହୁଙ୍କ ପୁତ୍ର । ବିଜୟଙ୍କ ପିତା ଜଣେ ବେସରକାରୀ ସଂସ୍ଥାରେ ଚାକିରୀ କରୁଥିବା ବେଳେ ତାଙ୍କ ମା’ ଜଣେ ଗୃହିଣୀ ଅଟନ୍ତି । ବିଜୟ ଭବିଷ୍ୟତରେ ଜଣେ କଷ୍ଟ ଆକାଉଁଟାଣ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ