ସ୍ନାନ ପୂର୍ଣ୍ଣିମା ରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ କରୁଥିବାର ଦୃଶ୍ୟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ସ୍ନାନ ପୂର୍ଣ୍ଣିମା ରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ କରୁଥିବାର ଦୃଶ୍ୟ ଏବଂ ଠାକୁର ଙ୍କ ହାତୀ ବେଶ କିପରି ଏବଂ କାହା ପାଇଁ ପ୍ରଭୁ ଧାରଣ କରିଥିଲେ ସେହି କାହାଣୀ କୁ ଅତି ନିଖୁଣ ଭାବରେ ଦେଖାଇଛନ୍ତି ସ୍ୟାଣ୍ଡ ଆନିମେସନ ମାଧ୍ୟ୍ୟମରେ |ଗଣପତି ଭଟ ଜଣେ ଭକ୍ତ ଯେକି ଦକ୍ଷିଣ ଭାରତ ର | ସେ କେବଳ ପ୍ରଭୁ ଗଣେଶ ଙ୍କୁ ଆରାଧନା କରୁଥିଲେ ସେ କେବଳ ଗଣେଶ ଙ୍କୁ ଚିହ୍ନନ୍ତି| ସେ ସୁଦୂର ଦକ୍ଷିଣ ରୁ ଜଗନ୍ନାଥ ଙ୍କୁ ଦର୍ଶନ କରିବା କୁ ଆସିଥିଲେ ଏବଂ ଜଗନ୍ନାଥ ଙ୍କ ମଧ୍ୟ୍ୟ ରେ ତାଙ୍କ ପ୍ରଭୁ ଗଣେଶ ଙ୍କୁ ଖୋଜିଥିଲେ ତାଙ୍କ ର ଏହି ବ୍ୟାକୁଳ ତା କୁ ପ୍ରଭୁ ଦେଖି ନିଜେ ଗଣପତି ବେଶ ରେ ତାଙ୍କୁ ଦର୍ଶନ ଦେଇଥିଲେ ତାଙ୍କ ର ଭକ୍ତି ରେ ବିଭୋର ହୋଇ ପ୍ରଭୁ ଜଗନ୍ନାଥ କଳା ହାତୀ ଏବଂ ବଳଭଦ୍ର ଧଳା ହାତୀ ବେଶ ରେ ଗଣପତି ଭଟ ଙ୍କୁ ଦର୍ଶନ ଦେଇଥିଲେ |ଭକ୍ତ ର ଭଗବାନ ପ୍ରଭୁ ଜଗନ୍ନାଥ | ଭକ୍ତ ଯେଉଁ ରୂପରେ ଚାହିଁବ ପ୍ରଭୁ ସେହି ରୂପରେ ଦର୍ଶନ ଦିଅନ୍ତି ଭକ୍ତ ଙ୍କୁ | ଏହି ସମ୍ପୂର୍ଣ କାହାଣୀ ସ୍ୟାଣ୍ଡ ଆନିମେସନ ମାଧ୍ୟମ ରେ ପ୍ରସ୍ତୁତ କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ |ଏହି ସ୍ୟାଣ୍ଡ ଆନିମେସନ କାହାଣୀ କୁ ପ୍ରସ୍ତୁତ କରିବାକୁ ମାନସ ସାହୁ ଙ୍କୁ ପ୍ରାୟ ୧୮ ଘଣ୍ଟା ସମୟ ଲାଗିଥିଲା | ଏହି ସ୍ୟାଣ୍ଡ ଆନିମେସନ ଭିଡ଼ିଓ ଟି ୩ ମିନଟ ଏବଂ ୩୫ ସେକେଣ୍ଡ ର | ଏହି କାହାଣୀ ନିଛକ ଉଦାହରଣ ଦର୍ଶାଉଛି ଭକ୍ତ ଓ ଭଗବାନ ଙ୍କ ଭିତରେ ସମ୍ପର୍କ କୁ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ