କନ୍ଧମାଳ ରୁ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ ହାବୁଡରେ ଧରାପଡିଲା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ରୁ ଭାୟା ରାଉରକେଲା ହୋଇ ଦିଲ୍ଲୀ କୁ ଏକ ଫର୍ଡ କାର ଓ ବାଇକ ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ହାବୁଡରେ ପଡି ୪ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୬୩ କେଜି ଗଞ୍ଜେଇ ଜବତ ହୋଇଛି । ଘଟଣା ରୁ ପ୍ରକାଶ ଯେ, ବାଲିଗୁଡା ଥାନା ଏସ ଆଇ ଭୋଳାନାଥ ପଣ୍ଡାଙ୍କ ସହ ସଦଳବଳ ନିକଟସ୍ତ ବଡଗାଁ ରାସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ ବଡଗାଁ କନ୍ୟାଶ୍ରମ ନିକଟରେ ଏକ ଫର୍ଡ କାର ଓଡି-୦୫-ପି -୮୬୮୮ ଏବଂ ପଲସର ବାଇକ ନଂ. ଓଆର- ୦୫-ଏଆର-୫୩୧୩ ରେ ଆସୁଥିବା ବେଳେ ସେମାନଙ୍କୁ ଅଟକାଇ ଚେକିଙ୍ଗ କରୁଥିବା ବେଳେ ଘଟଣା ସ୍ଥଳରୁ ଦୁଇ ଜଣ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ଗିରଫ କରିବା ସହ ଏ ନେଇ ବାଲିଗୁଡା ଥାନା ରେ କେଶ ନଂ.୧୪୩ /୨୪ ରେ ଏକ ମାମଲା ରୁଜୁ ହୋଇଛି । ଏଥିରୁ ଜଣେ ଦିଲ୍ଲୀ ଅଞ୍ଚଳର ଧନଞ୍ଜୟ ସୋନି ହୋଇଥିବା ବେଳେ ଆଉ ତିନି ଜଣ ଫିରିଙ୍ଗିଆ ଥାନା ସାଡିଙ୍ଗିଆ ଅଞ୍ଚଳର ବୁଧେଇ ଦିଗାଲ, ଉତ୍ତମ ଦିଗାଲ ଓ ରଶ୍ମିତା ଦିଗାଲ ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ